Site icon ଆଜିକାଲି

ଗିରଫ ହେଲେ କେନ୍ଦୁଝର ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ

ଭୁବନେଶ୍ୱର : ଗିରଫ ହେଲେ କେନ୍ଦୁଝର ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ରେଡ୍‌ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଭୁବନେଶ୍ବରରେ ଦେଢ଼ କୋଟିର ୪ ମହଲା କୋଠା ଠାବ କରିଥିଲା ଭିଜିଲାନ୍ସ। ୧୫ ଲକ୍ଷରୁ ଅଧିକ ଟଙ୍କାର ଆସବାବପତ୍ର ଠାବ ହୋଇଥିଲା।

ଝାରପଡ଼ା ଜେଲର ଅଧୀକ୍ଷକ ମଧ୍ୟ ଥିଲେ ସତ୍ୟପ୍ରକାଶ। କଏଦୀଙ୍କ ଟଙ୍କାରେ କଳାଧନର ପାହାଡ଼ ଠିଆ କରିଥିଲେ। ଯେତିକି ଟଙ୍କା କୋଠାବାଡ଼ି, ଜମିଜମା, ସୁନାଗହଣା କିଣିବାରେ ଖର୍ଚ୍ଚ କରୁଥିଲେ, ତା’ଠାରୁ ଅଧିକ ସଉକରେ ଉଡ଼ାଇ ଦେଉଥିଲେ। ମାଲେସିଆ, ସିଙ୍ଗାପୁର ଭଳି ବିଦେଶ ଭ୍ରମଣଠାରୁ ଆରମ୍ଭ କରି ଦାମୀ ଘଣ୍ଟା ପିନ୍ଧିବା, ୩୦ ହଜାର ଟଙ୍କିଆ ସ୍କଚ୍‌ (ମଦ) ପିଇବା ତାଙ୍କ ପାଇଁ ସାଧାରଣ କଥା ଥିଲା।

Exit mobile version