Site icon ଆଜିକାଲି

ଇଞ୍ଜିନ ରେ ତୃଟି ଯୋଗୁଁ ଏକ ଘଣ୍ଟା ରୁ ଉର୍ଦ୍ଦ ବିଳମ୍ୱ ରେ ଛାଡିଲା କେନ୍ଦୁଝର ଖୋର୍ଦ୍ଧା ମେମୁ ଟ୍ରେନ, ଯାତ୍ରୀ ହେଲେ ହନ୍ତସନ୍ତ

କେନ୍ଦୁଝର, ଆଜି କେନ୍ଦୁଝର ରୁ ଖୋର୍ଦ୍ଦା ଅଭିମୁଖେ ସକାଳ ୬.୩୦ ରେ ଯାଉଥିବା ଯାତ୍ରୀବାହୀ ମେମୁ ଟ୍ରେନ ର ଇଞ୍ଜିନ ରେ ତୃଟି ଯୋଗୁଁ ଦେଢ ଘଣ୍ଟା ସମୟ ବିଳମ୍ବ ରେ ଷ୍ଟେସନ ଛାଡିଲା ଟ୍ରେନ । ଆଜି ସକାଳ ସମୟରେ ଟ୍ରେନ ଟି ର ଇଞ୍ଜିନ ଟିରେ ସମାସ୍ୟ ଦେଖା ଦେବା ସହ ଷ୍ଟାଟ ହୋଇ ନ ଥିଲା । ଅନେକ ଚେଷ୍ଟା ସତ୍ତ୍ବେ ଲୋକ ପାଇଲଟ ଭଞ୍ଜିନ ଷ୍ଟାଟ କରିବା ରେ ବିଫଳ ହୋଇଥିଲେ । ଶେଷରେ ଷ୍ଟେସନ କର୍ତୁପକ୍ଷ ନରଣପୁର ଷ୍ଟେସନ ସହ ଯୋଗା ଯୋଗ କରି ଅନ୍ୟ ଏକ ଇଞ୍ଜିନ ମଗାଇ ଟ୍ରେନ ରେ ସଂଯୋଗ କରିବା ପରେ ପ୍ରାୟ ଦେଢ ଘଣ୍ଟା ବିଳମ୍ବ ରେ ଅର୍ଥାତ ୭.୫୨ ମିନିଟ ସମୟରେ ଟ୍ରେନ ଟି ଷ୍ଟେସନ ଛାଡି ଥିଲା । ଏହି ପରି ଅନେକ ସମୟରେ ଟ୍ରେନ ବିଳମ୍ବ ହେଉଥିବାରୁ ଯାତ୍ରୀ ଙ୍କ ମଧ୍ୟ ରେ ପ୍ରବଳ ଆସନ୍ତୋଷ ଦେଖାଦେଇଛି । ଅନେକ ଯାତ୍ରୀ କାହାର ଫ୍ଳାଇଟ ଧରିବାର ଥିଲା ତ ଆଉ କାହାର ଶରୀର ଦେଖାଇବା କୁ ଡାକ୍ତର ଠାରୁ ଆପଏଣ୍ ମେନ୍ଟ ଥିଲା ସମସ୍ତେ ଟ୍ରେନ ବିଳମ୍ଵ ଯୋଗୁ ଆଜି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ନେଇ ଆସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ଷ୍ଟେସନ ମାଷ୍ଟର ମଧ୍ୟ ଯାନ୍ତ୍ରୀକ ତୃଟି ଯୋଗୁଁ ଟ୍ରେନ ବିଳମ୍ବ କଥାକୁ ସ୍ୱୀକାର କରିଛନ୍ତି ।

https://theajikali.com/wp-content/uploads/2024/02/VID-20240204-WA0003.mp4
Exit mobile version