Site icon ଆଜିକାଲି

କେନ୍ଦୁଝର ବଳଦେବ ଜୀୟୁ ମନ୍ଦିର ଚୋରୀ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ପୋଷ୍ଟର ଜାରି କଲା ପୋଲିସ୍ । ସୁଚନା କାରିକୁ ମିଳିବ ୫ ହଜାର ପୁରସ୍କାର ।

କେନ୍ଦୁଝର, କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉ ଙ୍କ ମନ୍ଦିର ହୁଣ୍ଡିରୁ ଗତ ୨୯ ରାତିରେ ଚୋରୀ ଘଟଣାର ମୁଖ୍ୟ ଅଭିଯୁକ୍ତର ପୋଷ୍ଟର ଜାରି କଲା ପୋଲିସ୍ । ସୁଚନା କାରିକୁ ମିଳିବ ୫ ହଜାର ପୁରସ୍କାର । ଚୋର ମନ୍ଦିର ପ୍ରବେଶ ଦ୍ଵାର ମୁଁହରେ ଥିବା ହୁଣ୍ଡି ତାଡି ଟଙ୍କା ସବୁ ନେଇଯାଇଥିବା ବେଳେ ପୁରୁଣା ଟଙ୍କା ଏବଂ ଖୁଚୁରା ପଇସା ସବୁ ଫିଙ୍ଗି ଦେଇ ଯାଇଥିଲେ । ତେବେ ଗତ ରଥଯାତ୍ରା ପରଠୁ ହୁଣ୍ଡିଖୋଲା ଯାଇନଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି । ଖବର ପାଇ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରାଇଥିଲେ । ଏସପି ସଙ୍ଗେ ସଙ୍ଗେ ମନ୍ଦିର ରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ଖୋଜା ଖୋଜି ଆରମ୍ଭ କରିଥିଲେ । ମନ୍ଦିରରେ ଲାଗିଥିବା ଅନ୍ୟ ଏକ ସିସିଟିଭି ରେ ଏହି ଘଟଣାର ସମ୍ପୂର୍ଣ୍ଣ ଚିତ୍ର ଉତ୍ତୋଳନ ହୋଇଥିଲା । ଯାହାକୁ ଦେଖିବା ପରେ ପୋଲିସ ଏହି ସିସିଟିଭି କୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲେ । ପ୍ରାଥମିକ ତଦନ୍ତ ରୁ ଜଣାପଡ଼ିଛି ଦୁର୍ବୁତ୍ତମାନେ ପ୍ରଥମେ ମନ୍ଦିରକୁ ସଂଯୋଗ ହୋଇଥିବା ଇଲେକଟ୍ରିକ ତାର କୁ କାଟିଛନ୍ତି । ତାପରେ ରାତି ୧ଟା ୪୫ ରୁ ୨ ଟା ୧୫ ମଧ୍ୟରେ ଏହି ଘଟଣାକୁ ଘଟାଇଛନ୍ତି । ମନ୍ଦିର ଦାୟୀତ୍ଵରେ ଥିବା ସୁରକ୍ଷା କର୍ମୀ ଏହି ସମୟରେ ଶୋଇଥିବା ର ସୁଯୋଗ ନେଇ ଦୁର୍ବୁତ୍ତମାନେ ଏହି କାଣ୍ଡ ଘଟାଇଥିଲେ । ପୋଲିସ ବିଭିନ୍ନ ସିସିଟିଭି ଯାଞ୍ଚ କରି ମୁଖ୍ୟ ଅଭିଯୁକ୍ତକୁ ଖୋଜୁଛି । ଏଣୁ ଆଜି କେନ୍ଦୁଝର ଏସପି ସାମ୍ବାଦିକଙ୍କୁ ଏହି ଫୋଟ ଦେଖାଇ ଏହାକୁ ଚିହ୍ନଟ କରି ଧରିବାରେ ସହଯୋଗ କରିବାପାଇଁ କହିଥିଲେ । ଏଥିସହ ଯିଏ ଏହାର ଖବର ଦେବ ତା ନାମ ଗୋପନ ରଖି ତାଙ୍କୁ ୫ ହଜାର ଟଙ୍କା ପୁରସ୍କାର ମଧ୍ୟ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଏସପି ।

Exit mobile version