Site icon ଆଜିକାଲି

ସ୍ଵର୍ଣ୍ଣ ପଦକ ବିଜେତା ହେଲେ କେନ୍ଦୁଝର ପୁଅ ରୋହିତ

କେନ୍ଦୁଝର ୧୬/୦୩ କେନ୍ଦୁଝର ମାଟିର ପୁଅ ରୋହିତ ମହାକୁଡ ଯାଦବ ରାଜ୍ୟ ସ୍ତରୀୟ ସ୍ଵର୍ଣ୍ଣ ପଦକ ବିଜେତା ହୋଇ କେନ୍ଦୁଝର ଜିଲ୍ଲାକୁ ଗୌରାବାନିତ କରିଛନ୍ତି । କଂକ୍ରିଟ କନଷ୍ଟ୍ରକ୍ସନ୍ ୱାର୍କ୍ସ ଓଡ଼ିଶା ସ୍କିଲ ୨୦୨୩-୨୪ ରେ ଗୋଲ୍ଡ ମେଡାଲ ସହିତ ମାନପତ୍ର ଓ ୨୫ ହଜାର ଟଙ୍କା ର ଚେକ୍ ପାଇ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କେନ୍ଦୁଝର ଜିଲ୍ଲା ର ପୁଅ ରୋହିତ । ଜିଲ୍ଲା ଓ ରାଜ୍ୟ ସ୍ଥାରୀୟ ବିଭିନ୍ନ ବିଭାଗର ଶହ ଶହ ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷା ଓ ଦକ୍ଷତା ଉପରେ ଦୁଇ ଦିନ ଧରି ପ୍ରତିଯୋଗିତା ହୋଇ ଥିଲା । ୱାଲ୍ଡ ସ୍କିଲ ସେଣ୍ଟର୍ ଭୁବନେଶ୍ୱର ଠାରେ ବିଜେତା ଛାତ୍ର ଛାତ୍ରୀ ମାନଙ୍କ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରୋହିତ ଭୁବନେଶ୍ୱର ସ୍ଥିତ ସରକାରୀ ପଲିଟେକନିକ୍ ସିଭିଲ ଇଞ୍ଜିନିୟରିଂ ବିଭାଗ ରେ ତୃତୀୟ ବର୍ଷର ଛାତ୍ର ଭାବେ ଅଧୟନ ରତ । ରାଜ୍ୟ ର ବିଭିନ୍ନ ଜିଲ୍ଲା ରୁ ଶହ ଶହ ଛାତ୍ର ଛାତ୍ରୀ ସାମିଲ ହୋଇଥିବା ବେଳେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମଧ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏସ.ସି.ଟି.ଭି.ଟି ର ଚେୟାରମେନ ଏବଂ ଡାଇରେକ୍ଟର ଙ୍କ ତତ୍ତ୍ଵାବଧାନରେ ରାଜ୍ୟସ୍ତରୀୟ ଶିକ୍ଷା ଓ ପ୍ରତିଯୋଗିତା ରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସରକାରୀ ପଲିଟେକନିକ୍ ଭୁବନେଶ୍ବର ର ଅଧ୍ୟକ୍ଷ ସୁଶାନ୍ତ କୁମାର ପାତ୍ର,ସିଭିଲ ବିଭାଗ ର ମୁଖ୍ୟ ଶୈଳଜା ଭୂୟାଁ ଅଧ୍ୟାପକ ଦେବାଶିଷ ବେହେରା ଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ଶିକ୍ଷାଦାନ ଓ ସହଯୋଗ କୁ ରୋହିତ ଶ୍ରେୟ ଦେଇଛନ୍ତି । ରୋହିତ ମହକୁଡ ଯାଦବ ଙ୍କ ଏହି ସଫଳତା ପାଇଁ ତାଙ୍କୁ ଜିଲ୍ଲା ବାସୀଙ୍କ ତରଫରୁ ପ୍ରଶଂସାର ସୁଅ ଛୁଟିଛି ।

https://theajikali.com/wp-content/uploads/2024/03/VID-20240316-WA0004.mp4
Exit mobile version