Site icon ଆଜିକାଲି

ଟାଉନ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ସ୍ଥାନୀୟ ଟାଉନ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବୁଧବାରରେ ସହକାରୀ ଶିକ୍ଷକ କୃଷ୍ଣଚନ୍ଦ୍ର ରଥଙ୍କୁ ଅବସରକାଳୀନ ଓ ବିଜ୍ଞାନ ଶିକ୍ଷୟିତ୍ରୀ ବେଳା ରାଉତ ଙ୍କୁ ପଦୋନ୍ନତି ଜନିତ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତୃପ୍ତିମୟୀ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ ସଭାରେ ଶିକ୍ଷୟିତ୍ରୀ ମିନାକ୍ଷୀ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷକ କୃଷ୍ଣ କୁମାର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସଂଯୁକ୍ତା ମହାନ୍ତି,ସମ୍ମାନନୀୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁକାନ୍ତି ମଞ୍ଜରୀ ମିଶ୍ର ଓ ଏନ୍.ଏସ୍.ପୁଲିସ ହାଇସ୍କୁଲର ସହକାରୀ ଶିକ୍ଷକ ସଞ୍ଜୟ କୁମାର ସାମଲ ଯୋଗ ଦେଇ ବିଦାୟୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଦାନ,ଛାତ୍ର ବତ୍ସଳତା,କର୍ତ୍ତବ୍ୟନିଷ୍ଠା ବିଦ୍ୟାଳୟକୁ ଗୌରବାନ୍ଵିତ କରିବାରେ ସଫଳତା ଦେଇଥିଲେ ବୋଲି କହିଥିଲେ। ବିଦାୟୀ ଶିକ୍ଷକ ଶ୍ରୀ ରଥ ଓ ଶିକ୍ଷୟିତ୍ରୀ ଶ୍ରୀମତୀ ରାଉତ ଛାତ୍ରୀ ଓ ସହକର୍ମୀଙ୍କ ସହଯୋଗରେ ସର୍ବତ୍ର ପ୍ରଶଂସିତ ହୋଇଥିଲେ ବୋଲି ନିଜ ବକ୍ତବ୍ୟରେ କହିଥିଲେ।ଛାତ୍ରୀ ଓ ସହ କର୍ମୀଗଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗୁଣଗାନ କରିବା ସଙ୍ଗେ ସଙ୍ଗେ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା।ଶିକ୍ଷୟିତ୍ରୀ ଧରିତ୍ରୀ ନାୟକ ମାନପତ୍ର ପଠନ କରିଥିବା ବେଳେ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଓଝା, ରଜନୀ ବୋଦ୍ରା,ଶିକ୍ଷା କର୍ମଚାରୀ ବେଣୁଧର ରାଉତ ଓ ବବିତା ପାତ୍ର ସଭା ପରିଚାଳନାରେ ସହଯୋଗ କରିଥିଲେ।ପରିଶେଷରେ ଶିକ୍ଷକ ପ୍ରକାଶ ରଞ୍ଜନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version