Site icon ଆଜିକାଲି

ଭିଜିଲାନ୍ସ ଜାଲରେ ବିଡିଓ, ସରକାରୀ ବାସଭବନ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ଉ

ଖଡ଼ିଆଳ : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ନୂଆପଡ଼ା ଜିଲା ଖଡିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ । ନୂଆପଡ଼ା ଓ ବଲାଙ୍ଗୀର ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍‌ । ଚଢ଼ାଉରେ ନିୟୋଜିତ ଅଛନ୍ତି ଭିଜିଲାନ୍ସର ବହୁ ଅଧିକାରୀ ।

ସୂଚନା ଯେ, ସମ୍ବଲପୁର ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଏକକାଳୀନ ୫ଟି ସ୍ଥାନରେ ମଙ୍ଗଳବାର ସକାଳ ୫ଟାରୁ ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ୩ ଜଣ ଡିଏସପି, ୧୦ ଇନସ୍ପେକ୍ଟର ଓ ୪ ଏଏସଆଇ ସାମିଲ ଅଛନ୍ତି। ବରଗଡ଼ର ଭଡା ଘର, ବଲାଙ୍ଗୀରର ବାସଭବନ, ଲୁଇସିଙ୍ଗା ବ୍ଲକ ‌‌ପୈତୃକ ଗ୍ରାମ କୁଶମେଲ, ଖଡ଼ିଆଳ ସରକାରୀ ବାସଭବନ ଓ ସରକାରୀ କାର୍ଯ୍ୟାଳୟରେ ମଙ୍ଗଳବାର ସକାଳ ୫ଟା ସମୟରେ ବରଗଡ଼ ଭିଜିଲାନ୍ସ ଡି ଏସ ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଭିଜିଲାନ୍ସ ବିଭାଗ ଚଢ଼ଉ ଜାରି ରହିଛି। ଏନେଇ ଭିଜିଲାନ୍ସ ଡି ଏସପି ମହାନନ୍ଦ ସୂଚନା ଦେଇଛନ୍ତି। ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ । ଚଢ଼ାଉ ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ମିଳିପାରେ ବୋଲି ଅନୁମାନ କରାଯାଉଛି ।

Exit mobile version