Site icon ଆଜିକାଲି

ଶ୍ରୀମନ୍ଦିରରେ ଆଜି ଖସାପଡା ନୀତି, ସଂଧ୍ୟା ୬ରୁ ରାତି ୧୦ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ନାହିଁ ଭକ୍ତ। ଶ୍ରୀମନ୍ଦିରରେ ଖସାପଡ଼ା ନୀତି ପାଇଁ ଆଜି ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏ ବନ୍ଦ ରହିବ ଦର୍ଶନ ।

ଶ୍ରୀମନ୍ଦିରରେ ୧୨ ମାସରେ ୧୩ ପର୍ବ ପାଳନ ହୁଏ । ସେଥିମଧ୍ୟରୁ ଏହି ଖସାପଡା ନୀତି ଅନନ୍ୟ । ବର୍ଷକୁ ୨ରୁ ୩ ଥର ଏହି ନୀତି ପାଳନ ହୁଏ । ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କ ଖସାପଡା ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ନ ୫ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ସ୍ଵତନ୍ତ୍ର ନୀତି ଭିତରେ ଖସାପଡା ନୀତି ଗୋଟିଏ । ଏହା ଏକ ଗୁପ୍ତ ସେବା ହେଇଥିବାରୁ ଏହି ନୀତି ଦର୍ଶନରୁ ବଞ୍ଚିତ ରହିବେ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଶ୍ରୀପୟର ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୁଏ।

Exit mobile version