Site icon ଆଜିକାଲି

ଦେବଗଡ଼ରୁ ଅପହୃତା ନାବାଳିକା ସୁନ୍ଦରଗଡ଼ରୁ ଉଦ୍ଧାର

ସୁନ୍ଦରଗଡ଼ – ଦେବଗଡ଼ରୁ ଗତକାଲି ଅପହରଣ କରି ନିଆଯାଇଥିବା ଜଣେ ଲୁଗା ବ୍ୟବସାୟୀଙ୍କ ୬ ବର୍ଷିୟା ଶିଶୁକନ୍ୟାକୁ ଆଜି ସୁନ୍ଦରଗଡ଼ ଜିଲ୍ଲାରେ ଉଦ୍ଧାର କରାଯାଇଛି ।ଦେବଗଡ଼ରୁ ଆଈମା କୋଳରୁ ଅପହୃତା ନାବାଳିକାକୁ ଭୋର୍ ୪ଟା ବେଳେ ସୁନ୍ଦରଗଡ଼ ବଡ଼ଗାଁ ଥାନା ସରବତୀ ଦେବୀ ଉଚ୍ଚବିଦ୍ୟାଳୟ ସମ୍ମୁଖ ରାସ୍ତାର ପୋଲ ତଳୁ ଜଣେ ମହିଳା ଉଦ୍ଧାର କରିଥିଲେ। ସେ ଗ୍ରାମବାସୀଙ୍କୁ ଏ କଥା ଜଣାଇବା ପରେ ପୋଲିସକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ବଡ଼ଗାଁ ପୋଲିସ ପହଞ୍ଚି ନାବାଳିକାକୁ ନିଜ ହେପାଜତକୁ ଆଣିଥିଲା। ନାବାଳିକାକୁ ଦେବଗଡ ପୋଲିସକୁ ହସ୍ତାନ୍ତର କରାଯିବ । ଶିଶୁକନ୍ୟାକୁ ଦେବଗଡ଼ରୁ କାହିଁକି ଅପହରଣ କରି ନିଆଗଲା, ସେ ନେଇ ତଦନ୍ତ ଆରମ୍ଭ ହୋଇଛି । ଅପହରଣ କଲା ପରେ ଅପହର୍ତ୍ତାମାନେ ଭୟରେ ହେଉ କି ଅନ୍ୟ କୌଣସି କାରଣରୁ ନାବାଳିକାକୁ ଏଠାରେ ଛାଡ଼ିଦେଇଥିବା ଅନୁମାନ କରାଯାଉଛି। ବଡ଼ଗାଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Exit mobile version