Site icon ଆଜିକାଲି

ଯୁବକଙ୍କୁ ହତ୍ୟା! ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ହାତିଶାଳପଡା ଫରେଷ୍ଟ କେନ୍ଦୁଲିଫ୍ କଲୋନୀରେ ଆବବନୀୟ ଘଟଣା । ଯୁବକଙ୍କୁ ହତ୍ୟା ସନ୍ଦେହ । ମୃତ ଯୁବକର ନାଁ ଅଭିମନ୍ୟୁ ହାତୀ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମୃତଦେହ । ଟାଉନ୍ ଥାନା ପୋଲିସର ତଦନ୍ତ ଆରମ୍ଭ ।

ଗତ ଗୁରୁବାର ସନ୍ଧ୍ୟାରେ ଅଭିମନ୍ୟୁ ବୁର୍ଲା ମେଡିକାଲ ଯିବାପାଇଁ ଘରୁ ବାହାରିଥିଲେ । ପରିବାର ଲୋକେ ମଧ୍ୟ ବୁର୍ଲା ଯାଇଥିବା ନେଇ ରାତିରେ ଆଉ ଯୋଗଯୋଗ କରିନଥିଲେ । ସାଙ୍ଗରେ ଥିବା ଜଣେ ଯୁବକ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ଯୁବକଙ୍କ ମାଆ । ସେ ରଙ୍ଗ ମିସ୍ତ୍ରୀ କାମ କରୁଥିବା ଜଣାପଡ଼ିଛି ।

Exit mobile version