Site icon ଆଜିକାଲି

ନୂଆପଡ଼ାରେ ଆତଙ୍କ ଖେଳାଇଥିବା ବାଘକୁ ଧରିଲା ବନବିଭାଗ

ନୂଆପଡ଼ା :କାବୁ ହେଲା ମଣିଷଖିଆ ବାଘ। ଯନ୍ତା ବସାଇ ନୂଆପଡ଼ାରେ ଆତଙ୍କ ଖେଳାଇଥିବା ବାଘକୁ ଧରିଛି ବନବିଭାଗ। ଏବେ ବାଘକୁ ନୂଆପଡ଼ା ବନବିଭାଗ କାର୍ଯ୍ୟାଳୟରେ ରଖାଯାଇଛି। ଆଜି ବାଘର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ।

ଗାଁର ଏକ ଘରେ ଲୁଚି ରହିଥିଲା କଲରାପତରିଆ ବାଘ। ଏହାପରେ ବନବିଭାଗ ଯନ୍ତା ବସାଇ ତାକୁ କାବୁ କରିଥିଲା। ଧରମବନ୍ଧା ଥାନା କୋଦୋପାଲି ଗାଁରେ ଆତଙ୍କ ଖେଳାଇଥିଲା କଲରାପତରିଆ। ଜଣେ ମହିଳାଙ୍କୁ ଟାଣି ମାରି ଖାଇ ଦେଇଥିଲା। କିଛି ଦିନ ପୂର୍ବରୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଜଣେ ୮ବର୍ଷର ଶିଶୁକୁ ବାଘ ଝାମ୍ପି ନେବା ବେଳେ ଗାଁଲୋକ ଉଦ୍ଧାର କରିଥିଲେ l

Exit mobile version