Site icon ଆଜିକାଲି

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା, ଜମିରେ ପଡିଛି ମୃତଦେହ

କାଲିମେଳା : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଘଟଣା । ଜମିରେ ପଡିଛି ମୃତଦେହ । ହତ୍ୟା କରାଯାଇଥିବା ବ୍ୟକ୍ତି ଜଣକ ସାଓଲାମି ଦେବା । ମାଲକାନଗିରି ଜିଲ୍ଲା ପଡିଆ ଥାନା ପାଲାଗୁଡ଼ା ଗାଁର ଘଟଣା ।

ସୂଚନା ଅନୁସାରେ ଚାଷ ଜମିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବାର ଦେଖିଥିଲେ କିଛି ଲୋକେ । ଏହାପରେ ତୁରନ୍ତ ପୋଲିସ ଓ ମୃତକଙ୍କ ପରିବାରକୁ ଖବର ଦିଆଯାଇଥିଲା । ପରେ ହତ୍ୟାର ଅଭିଯୋଗ ନେଇ ଥାନାରେ ଏତଲା ଦେଇଥିଲେ ମୃତ ବ୍ୟକ୍ତିଙ୍କ ପୁଅ ସାଓଲାମି ଈଶ୍ୱର । ଘଟଣା ସ୍ଥଳରେ ପଡିଆ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

Exit mobile version