Site icon ଆଜିକାଲି

ଲଗାଣ ବର୍ଷାରେ ବେହାଲ କୋରାପୁଟ, ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି : ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି ମାଲକାନଗିରି। ଜିଲ୍ଲାର ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି। ପୋଟେରୁ ପୋଲ ଉପରେ ୫ରୁ୬ଫୁଟ୍ ବନ୍ୟା ପାଣି ଯାଉଛି। ସୁଅ ପ୍ରଖର ଥିବାରୁ ଲୋକେମାନେ ଯିବାଆସିବା କରିବା ସମ୍ଭବପର ହୋଇପାରୁ ନାହିଁ। ଯାହାଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛିା ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଛି।

ସେହିପରି କାଲିମେଳାରୁ ମୋଟୁକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏମଭି-୯୦ ଏବଂ ଏମଭି-୯୬ ପୋଲ ଉପରେ ବନ୍ୟାପାଣି ପ୍ରବାହିତ ହେଉଛି। ମାଲକାନଗିରିରୁ କୋରାପୁଟ ଜିଲ୍ଲାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି। ସମ୍ପୂର୍ଣ୍ଣ ଜାତୀୟ ରାଜପଥ ବୁଡ଼ି ଯାଇଥିବା ଯୋଗୁ ଦୁଇ ଜିଲ୍ଲାକୁ ଯାତାୟତ ସମ୍ଭବ ହୋଇପାରୁନି। ଜିଲ୍ଲାର ପ୍ରବେଶ ପଥ ପାଙ୍ଗମ,ଏମଭି- ୭, ପୋଟେରୁ, ଏମଭି-୯୦, କନ୍ୟା ଆଶ୍ରମ, କାଙ୍କୋର କୋଣ୍ଡା ପରି ଅନେକ ଅଞ୍ଚଳରେ ବୁଡ଼ି ରହିଛି ପୋଲ। ପୋଟେରୁ ସହର ଭିତରେ ପାଣି ପଶିବା ସହ ଲୋକଙ୍କ ଘରେ ମଧ୍ୟ ପଶିଯାଇଛି।

Exit mobile version