କେନ୍ଦୁଝର, ମଙ୍ଗଳବାର ଦିନ କେନ୍ଦୁଝର ସହରର ସହିଦ ସଦନ ଠାରେ ବିଜେପି କୃଷକ ମୋର୍ଚ୍ଚା କେନ୍ଦୁଝର ଜିଲ୍ଲା ତରଫରୁ ନବ ବିର୍ବାଚିତ କୃଷକ ମୋର୍ଚ୍ଚା ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ମହେଶ୍ଵର ସାହୁ ଙ୍କୁ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀଯୁକ୍ତ ସାହୁ ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି କୃଷକ ମୋର୍ଚାର ସଭାପତି ଦାୟିତ୍ବ ତୁଲାଇବା ସହ ରାଷ୍ଟ୍ରୀୟ ଉପସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସଫଳତା ଆଣି ଥିଲେ । ସେଥିପାଇଁ ହୁଏତ ସଂଗଠନ ପୁନର୍ବାର ରାଜ୍ୟ କୃଷକ ମୋର୍ଚା ସଭାପତି ପରି ଗୁରୁଦାୟିତ୍ୱ ତାଙ୍କୁ ଦେଇଛନ୍ତି । ଆଗାମୀ ଦିନରେ ରାଜ୍ୟ ତଥା ଜିଲ୍ଲାର କୃଷକ କଲ୍ୟାଣ ପାଈଁ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇ କୃଷକମାନଙ୍କର ହକ ପାଇଁ ଲଢ଼େଇ ଜାରୀରହିବ ବୋଲି ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଛନ୍ତି ।