Site icon ଆଜିକାଲି

ଭିଜିଲାନ୍ସ କୋର୍ଟରେ ହାଜର ହେବେ କୁବେର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ

ନବରଙ୍ଗପୁର : ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର ହେବେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଆଜି ସନ୍ଧ୍ୟାରେ ସୁନ୍ଦରଗଡ ଭିଜିଲାନ୍ସ କୋର୍ଟରେ ନବରଙ୍ଗପୁର ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ହାଜର କରିବ ଭିଜିଲାନ୍ସ । ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତ ୩ ଦିନ ଧରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବାସଭବନ ସମେତ ୯ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଏବେ ସୁଦ୍ଧା ୩ କୋଟିରୁ ଅଧିକ ନଗଦ ଟଙ୍କା ଓ ସୁନା ବିସ୍କୁଟ୍‌ ଠାବ କରିଛି ଭିଜିଲାନ୍ସ । ତାଙ୍କର ଏକ ବେନାମୀ ଆକାଉଣ୍ଟ ମଧ୍ୟ ଜବତ କରାଯାଇଛି । ଏହି ଆକାଉଣ୍ଟରେ ୨୦୧୯ରୁ ୨୧ ଲକ୍ଷ ଟଙ୍କା ରହିଛି ।

ଦୁଇଟି କାର ଠାବ କରାଯାଇଥିବା ବେଳେ ଜବତ ହୋଇଥିବା ଇନୋଭା କାର ବେନାମୀ ବୋଲି ଜଣାପଡ଼ିଛି । ଯାହାର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । ବହି ର୍ୟାକ ପଛପଟେ କାନ୍ଥରେ ଲୁଚାଇ ରଖଥିବା ୧୦ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି । ଚୋରି ଟଙ୍କାକୁ ଲୁଚାଇବାକୁ ଯାଇ ପେଟି ଭିତରେ ଥିବା ୨ କୋଟି ନଗଦ ଟଙ୍କାକୁ ପଡୋଶୀ ଘରର ଛାତ ଉପରକୁ ଫୋପାଡି ଦେଇଥିଲେ । ପଡ଼ୋଶୀଙ୍କ ବେଡ୍ ରୁମରୁ ଟଙ୍କା ଭର୍ତ୍ତି ୬ଟି ପେଟି ଏବଂ ଗୋଟିଏ ବ୍ରିଫକେସ୍ ଜବତ କରିଥିଲା ଭିଜିଲାନ୍ସ ।

ସେହିପରି ନବରଙ୍ଗପୁର ଡିଆରଡିଏ କଲୋନୀରେ ଥିବା ସରକାରୀ ବାସଭବନରୁ ଜବତ ହୋଇଥିଲା ନଗଦ ୭୭ ଲକ୍ଷ ଟଙ୍କା। ତାଲା ଭାଙ୍ଗି ଭିଜିଲାନ୍‌ସ ଅଧିକାରୀ ଘରେ ପଶିବା ପରେ ପେଟିରୁ ୫ ଶହ ଟଙ୍କିଆ ନୋଟ୍‌ ବିଡ଼ା ମିଳିଛି। ପରେ ଘର ଆଲ୍‌ମିରାରୁ ଜବତ ହୋଇଛି ଆଉ ସାଢେ ୧୨ଲକ୍ଷ ଟଙ୍କା। ଭଦ୍ରକ ବହୁଦରଡ଼ାରେ ଥିବା ପୈତୃକ ଘରେ ବି ଚାଲିଛି ଚଢଉ।

୧୯୯୬ ମସିହାର OAS ଅଧିକାରୀ ପ୍ରସନ୍ନ କୁମାର ରାଉତ । ଯାଜପୁର, କେନ୍ଦ୍ରାପଡ଼ାର ତହସିଲଦାର ଭାବରେ କାର୍ଯ୍ୟ କରିଥିଲେ । ବାଲେଶ୍ୱର, ବରଗଡ, ଯାଜ୍‌ପୁର, କଟକ ଓ କେନ୍ଦ୍ରାପଡାର ବିଡିଓ ଥିଲେ । ୨୦୧୮ରେ ସୁନ୍ଦରଗଡ଼ ଜିଲ୍ଲା ବିସ୍ରା ବ୍ଲକ୍‌ ବିଡ଼ିଓ ଥିବା ବଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଥିଲେ । ଏହାପରେ ଚାକିରିରୁ ନିଲମ୍ବିତ ହୋଇଥିଲେ । ପୁଣି ଥରେ ତାଙ୍କୁ ୨୦୨୦ରେ ଅତିରିକ୍ତ ଉପ ଜିଲ୍ଲପାଳ ଭାବେ ନବରଙ୍ଗପୁରରେ ଅବସ୍ଥାପିତ କରାଯାଇଥିଲା ।

Exit mobile version