Site icon ଆଜିକାଲି

ବିରୁଡ଼ି ଆକ୍ରମଣରେ କୁଡୁତାଇ ସରପଞ୍ଚଙ୍କ ମୃତ୍ୟୁ

ଭଞ୍ଜନଗର : ବିରୁଡ଼ି ଆକ୍ରମଣରେ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ୍ କୁଡୁତାଇ ସରପଞ୍ଚ ସନତ କୁମାର ପ୍ରଧାନ (୩୮)ଙ୍କ ମୃତ୍ୟୁ ଘଟିଛି। ସରପଞ୍ଚ ଶନିବାର ନିଜ ଜମିରେ ଟ୍ରାକ୍ଟର ଧରି ଚାଷ କରୁଥିବା ବେଳେ ମାଟିତଳୁ ଶତାଧିକ ବିରୁଡ଼ି ବାହାରି ତାଙ୍କୁ ଘେରି ଆକ୍ରମଣ କରିଥିଲେ। ମାଟି ତଳେ ଥିବା ବିରୁଡ଼ି ବସା ଟ୍ରାକ୍ଟରରେ ଲାଗିଥିବା ଲଙ୍ଗଳ ମୁନରେ ଭାଙ୍ଗି ଯାଇଥିଲା। ବିରୁଡ଼ି ଆକ୍ରମଣରେ ଗୁରୁତର ସନତଙ୍କୁ ଚାଷ ଜମିରୁ କିଛି ଗ୍ରାମବାସୀ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ପରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସପିଟାଲ ଏବଂ ଶେଷରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବିଳମ୍ବିତ ରାତିରେ ସନତଙ୍କ ମୃତ୍ଯୁ ଘଟିଛି। ସରପଞ୍ଚ ସନତ ତାରାସିଂ ଥାନାରେ ଗୃହରକ୍ଷୀ ଭାବେ ମଧ୍ୟ କାର୍ଯ୍ୟରତ ଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Exit mobile version