Site icon ଆଜିକାଲି

୬ରୁ ଆରମ୍ଭ ହେବ କୁମାରଖୁଣ୍ଟି ହାତୀଙ୍କ ପାଠଶାଳା

ଭୁବନେଶ୍ୱର : ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟି ହାତୀଙ୍କ ପାଠଶାଳାରେ ଆସନ୍ତା ୬ ତାରିଖରୁ ପାଠପଢା ଆରମ୍ଭ ହୋଇଯିବ । ଏହାକୁ ଉଦଘାଟନ କରିବେ ପିସିସିଏଫ୍ ସୁଶାନ୍ତ ନନ୍ଦ । ହାତୀଙ୍କୁ ତାଲିମ ଦେବା ଲାଗି ୪ ଓଡ଼ିା ମାହୁନ୍ତଙ୍କ ସମେତ ଆସାମ୍‌ର ୨ ଜଣ ଦକ୍ଷ ଟ୍ରେନର୍ ଆସି ପହଞ୍ଚିଛନ୍ତି । ଦିନେ ଦୁଇ ଦିନ ଭିତରେ ଏଠାକୁ ୭ ହାତୀଛୁଆ ଆସିଯିବେ । ଢେଙ୍କନାଳ କପିଲାସରେ ତିବା କାର୍ତ୍ତିକ, ଉମା, ପଦ୍ମା, ଶ୍ୟାମା ଓ ସିବାଙ୍କୁ ଚନ୍ଦକା କୁମାରଖୁଣ୍ଟି ପାଠଶାଳାକୁ ଅଣାଯାଉଛି ।

ସେହିପରି ନନ୍ଦନକାନନରୁ ମାମା ଏବଂ ଶିମିଳିପାଳରୁୁ ଜଗନ୍ନାଥ ଆଦି ୭ଟି ଛୁଆ ହାତୀଙ୍କୁ ଆମି ଏଠାରେ କୁମ୍ କା ପ୍ରଶିକ୍ଷଣ ଦିଆଯିବ । ପ୍ରଶିକ୍ଷଣ ପରେ ତାଲିମପ୍ରାପ୍ତ ହାତୀଙ୍କୁ ଜଙ୍ଗଲ ଜଗିବାରେ ନିୟୋଜିତ କରାଯିବ । ସେମାନେ ଜଙ୍ଗଲରୁ ଶିକାରୀ ଏବଂ କାଠଚୋରଙ୍କୁ ତଡିବେ । ଏଥିସହ ପର୍ଯ୍ୟଟକଙ୍କୁ ପିଠିରେ ବସାଇ ବୁଲାଇବେ । କୁମାରଖୁଣ୍ଟିରେ ପ୍ରାୟ ୫୦ ହେକ୍ଟର ଜମିରେ ତଆରି ହୋଇଥିବା ପାଠଶାଳାରେ ୫ଟି ଏନକ୍ଲୋଜର୍ ନିର୍ମାଣ ଶେଷ ହୋଇଛି । ଏନକ୍ଲୋଜର୍ ଚାରିପଟେ ଟ୍ରେଞ୍ଚ ଖୋଳାଯିବା ସହ ସେଲାର୍ ତାରବାଡ଼ ଦିଆଯାଇଛି।

Exit mobile version