Site icon ଆଜିକାଲି

ଶେଷ ପର୍ଯ୍ୟାୟରେ କୁସମେଲ ପାନୀୟ ଜଳ ପ୍ରକଳ୍ପ, ଜୁନ ୧୦ରୁ ପରୀକ୍ଷାମୂଳକ ଯୋଗାଣ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକର ବହୁ ପ୍ରତୀକ୍ଷିତ କୁସମେଲ ପାନୀୟ ଜଳ ପ୍ରକଳ୍ପର ନିର୍ମାଣ ଚୂଡାନ୍ତ ପର୍ଯ୍ୟ।ୟରେ ପହଞ୍ଚିଲାଣି। ଚଳିତ ମାସ ୧୦ ତାରିଖ ସୁଦ୍ଧା ଏହି ବୃହତ ପ୍ରକଳ୍ପରୁ ୧୬ଟି ପଞ୍ଚାୟତକୁ ପରୀକ୍ଷାମୂଳକ ଭାବେ ପାନୀୟ ଜଳଯୋଗାଣ କରାଯିବ। ଜିଲ୍ଲାପାଳ ଆବୋଲି ସୁନୀଲ ନରବଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏନେଇ ସୂଚନା ଦିଆଯାଇଛି। ସେହିପରି ଜିଲ୍ଲାରେ ପ୍ରାୟ ସାଢେ ୫ ଶହ କୋଟି ଟଙ୍କା ବ୍ୟୟରେ ଚାଲିଥିବା ଅନ୍ୟ ସମସ୍ତ ପାନୀୟ ଜଳଯୋଗାଣ ପ୍ରକଳ୍ପର ନିର୍ମାଣ ତୁରନ୍ତ ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ୪ଟି ଖଣି ଥିବା ଜିଲ୍ଲାର ପାନୀୟ ଜଳ ସମସ୍ୟା ପାଇଁ ରାଜ୍ୟ ସରକାର ଗତ ୪ ବର୍ଷ ତଳୁ ୩୨ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମଞ୍ଜୁର କରିଥିଲେ। ସେଥିରୁ ଝାରସୁଗୁଡା ଜିଲ୍ଲାରେ ପ୍ରାୟ ସାଢେ ୫ ଶହ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଯାଉଛି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ। ମାତ୍ର କୋଭିଡ୍ ପାଇଁ ବର୍ଷ।ଧିକ ସମୟ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ ଏହା ସଂପୂର୍ଣ ହେବାରେ ବିଳମ୍ବ ହୋଇଛି। ତେବେ, ଆସନ୍ତା ଅଗଷ୍ଟ ମାସ ଶେଷ ସୁଦ୍ଧା ଏହି ସମସ୍ତ ପ୍ରକଳ୍ପ ଶେଷ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି। ଜିଲ୍ଲାରେ ମେଗା ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୫ଟିଯାକ ବ୍ଲକର ସମୁଦାୟ ୯୪ ହଜାର ୦୭୬ ଟି ଘରେ ପାଇପ ପାଣି ପହଞ୍ଚି ପାରିବ। ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ରତି ଘରେ ପାନୀୟ ଜଳ ପାଇପ ଯୋଗେ ପହଞ୍ଚି ପାରିଲେ ଏହା ସରକାରଙ୍କ ପାଇଁ ଏକ ବଡ଼ ଉପଲବ୍ଧି ଭାବେ ଗଣା ହେବ। ଜିଲ୍ଲାରେ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପର ପରିକଳ୍ପନା ପୂର୍ବରୁ ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଥିବା ଛୋଟିଆ ପ୍ରକଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳର ସମୁଦାୟ ୫୭୦୫ ଘରକୁ ପାଣି ଯୋଗାଣ ଲକ୍ଷ୍ୟ ରହିଥିଲା। ମାତ୍ର ମେଗା ପ୍ରକଳ୍ପ ପରେ ଉପକୃତ ହେବାକୁ ଥିବା ଘର ସଂଖ୍ୟା ୯୪ ହଜାର ୦୭୬ ରେ ପହଞ୍ଚିଛି।

ଅପରପକ୍ଷେ, ଏଥିରୁ ଲଖନପୁର ବ୍ଲକର କୁସମେଲ ଠାରେ ନିର୍ମାଣାଧୀନ ପ୍ରକଳ୍ପର ନିର୍ମାଣ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାୟ ୧୨୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମାଣାଧୀନ ଏହି ପ୍ରକଳ୍ପରୁ ପ୍ରଥମ ପର୍ଯ୍ୟ।ୟରେ ୧୬ଟି ପଞ୍ଚାୟତକୁ ଜଳଯୋଗାଣ କରାଯିବ। ଆଉ ଚଳିତ ମାସ ୧୦ ତାରିଖରୁ ପରୀକ୍ଷାମୂଳକ ଭାବେ ଏହି ୧୬ଟି ପଞ୍ଚାୟତକୁ ଜଳଯୋଗାଣ କରିବାକୁ ସ୍ଥିର ହୋଇଛି। ହୀରାକୁଦ ଜଳଭଣ୍ଡାରରୁ ଯୋଗାଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ଜଳ ବିଶୋଧନ ପ୍ରକଳ୍ପ ସହିତ ବୃହତ ଓଭରହେଡ ଟ୍ୟାଙ୍କ, ପମ୍ପ ହାଉସ, ଇନଟେକବେଲ ଆଦି ନିର୍ମ।ଣ କାମ ଶେଷ ହେବା ଉପରେ। ଏଲ ଆଣ୍ଡ ଟି କଂପାନି ଏହାର ନିର୍ମ।ଣ ଦାୟିତ୍ବ ନେଇଥିବା ବେଳେ କାମ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦଶେ ଦେଇଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଲଖନପୁର ବ୍ଲକର ଅଧା ଅଞ୍ଚଳ ସବୁ ଦିନ ପାଇଁ ପାନୀୟ ଜଳ ସମସ୍ୟାରୁ ମୁକୁଳିବ ବୋଲି କୁହାଯାଉଛି।

Exit mobile version