Site icon ଆଜିକାଲି

ଶ୍ରମିକ ଦିବସ ପାଳିଲେ କେନ୍ଦୁଝର ପାୱାର ଏମ୍ପ୍ଲୋଇଜ ୟୁନିଅନ ସଂଘ

କେନ୍ଦୁଝର, (ନିପ୍ର) ମଇ୧ ତାରିଖ ସକାଳ ୯ ଘଟିକା ସମୟରେ ନେସ୍କୋ ପାୱାର ଏମ୍ପ୍ଲୋୟ ୟୁନିଅନ କେନ୍ଦୁଝର ଶାଖା ତରଫରୁ ବିଶ୍ୱ ଶ୍ରମିକ ଦିବସ ଅବସରରେ ଏକ ଶ୍ରମିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ପାୱାର ହାଉସ ସଂଗଠନ ଅଫିସ ପରିସରରେ ପତାକା ଉତ୍ତୋଳନ କରାଯିବା ପରେ ଏକ ସାଧାରଣ ସଭା ର ଆୟୋଜନ କରିଥିଲେ । ଉକ୍ତ ସଭାରେ ସଙ୍ଗଠନର ସହ ସମ୍ପାଦକ ଶ୍ରୀ ପୂର୍ଣଚନ୍ଦ୍ର ଚୌଧୁରୀ ଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଗଠନର ଯୁଗ୍ମ ସମ୍ପାଦକ ଶ୍ରୀ ପଙ୍କଜ କୁମାର ଜେନା,ମଣ୍ଡଳ ସେକ୍ରେଟେରୀ ଶ୍ରୀ ମଳୟ କୁମାର ସା ଏବଂ ଡିଭିଜନ ସେକ୍ରେଟେରୀ ଶ୍ରୀ ତ୍ରିଲୋଚନ ମହାରଣା ତାଙ୍କ ଅଭିଭାଷଣ ମାଧ୍ୟମରେ ଶ୍ରମିକ ଦିବସ ବିଷୟରେ ପୁଙ୍ଖାନୁପୁଙ୍ଖ ସୂଚନା ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ଦାଶ ଅଧିକ୍ଷଣ ଯନ୍ତ୍ରୀ ,କେନ୍ଦୁଝର, ଶ୍ରମିକ ଦିବସ ବିଷୟରେ ସମସ୍ତଙ୍କୁ ବୁଝେଇବା ସଂଗେ ସଂଗେ ସୁରକ୍ଷା ନିୟମ ମାନି କାମକରିବାକୁ ଉପଦେଶ ଦେଇଥିଲେ । ଉକ୍ତ ସଭାରେ ଶ୍ରୀ ଜୟନ୍ତ କୁମାର ମହାନ୍ତ ,ଶ୍ରୀ ସଂଜୀବ କୁମାର ଗିରି ,ଶ୍ରୀ ଆଶିଷ କୁମାର ମହାପାତ୍ର ,ଶ୍ରୀ ମହେଶ୍ୱର ଗାନ୍ଧୀ , ଶ୍ରୀ ସୁଭାଶିଷ ନନ୍ଦ ବ୍ରହ୍ମଚାରୀ ,ଶ୍ରୀ ରଞ୍ଜନ କୁମାର ମହନ୍ତ ,ଶ୍ରୀ ସୁବାଷ କୁମାର ଜେନା , ଶ୍ରୀ ନରୋତ୍ତମ ତୁଙ୍ଗ, ଶ୍ରୀ ରଶ୍ମି ରଞ୍ଜନ ମିଶ୍ର ,ଶ୍ରୀ କୃଷ୍ଣଚନ୍ଦ୍ର ନନ୍ଦ, ଶ୍ରୀ ଜ୍ଞାନରଞ୍ଜନ ମହାନ୍ତି ,ଶ୍ରୀ ଚିନ୍ମୟ ପାଣିଗ୍ରାହୀ , ଶ୍ରୀ ଜୟକୃଷ୍ଣ ଦାସ, ଶ୍ରୀ ମନୋଜ କୁମାର ମହାପାତ୍ର , ଶ୍ରୀ ଲିଙ୍ଗରାଜ ମହନ୍ତ , ଶ୍ରୀ ସୁରେନ୍ଦ୍ର ସାହୁ , ଶ୍ରୀ ପ୍ରଶାନ୍ତ ସାହୁ , ଶ୍ରୀ ଗୁରୁଚରଣ ବେହେରା , ଶ୍ରୀ ସୁଶାନ୍ତ ପରମାଣିକ , ଶ୍ରୀ ଜିତେନ୍ କୁମାର ସେଠୀ , ଶ୍ରୀ ରାମଚନ୍ଦ୍ର ଦାସ ,ଶ୍ରୀ ନିହାର ରଞ୍ଜନ ଖଟୁଆ , ଶ୍ରୀ ଶୁଭ୍ରାଂଶୁ ମହାନ୍ତି , ଶ୍ରୀ ଦୀପକ କୁମାର ମହାନ୍ତି , ଶ୍ରୀ ଦେବାଶିଷ ସ୍ୱାଇଁ ,ଶ୍ରୀ ଅଶୋକ କୁମାର ନାୟକ ,ଶ୍ରୀ ଅଶିତ କୁମାର ରାଉତ ,ଶ୍ରୀ ନବୀନ ଦାସ ,ଶ୍ରୀ ଜଜନେଶ୍ୱର ସୁର ,ଶ୍ରୀ କୋବିଦ ପାତ୍ର ପ୍ରମୁଖ ନିଜର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ । ତତ୍ପରେ କର୍ମଚାରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ ମାଧ୍ୟାନଭୋଜନ ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁନାରାମ ମାଝୀ ଏବଂ ଯତୀଶ ଚନ୍ଦ୍ର ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ । ସର୍ବଶେଷରେ ସଭାପତି ଧନ୍ୟବାଦ ଅର୍ପଣ କରିବାପରେ ସଭାସାଙ୍ଗ ହୋଇଥିଲା ।

Exit mobile version