Site icon ଆଜିକାଲି

ଅଭାବନୀୟ ଦୃଶ୍ୟ; ଲୁନାରେ ବୁହା ହେଲା ଶବ

ପୁରୀ : ମିଳିଲାନି ମହାପ୍ରରାୟଣ ଗାଡ଼ି । ଲୁନାରେ ବୁହା ହେଲା ଶବ। ଏଭଳି ଅଭାବନୀୟ ଦୃଶ୍ୟ ପୁରୀ ଚନ୍ଦନପୁରରୁ ଆସିଛି । ଶବ ବ୍ୟବଚ୍ଛେଦ ପାଇଁ ଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଲୁନାରେ ସଦର ମୁଖ୍ୟ ଚିକିତ୍ସାଳୟକୁ ଗଲା ବୃଦ୍ଧା ମହିଳାଙ୍କ ଶବ।

ମୃତକ ବୃଦ୍ଧା ମହିଳା ହେଉଛନ୍ତି ତଳଜଘଂ ଗ୍ରାମର ରମା ନାୟକ। ଅସାବଧାନତା କାରଣରୁ ଗାଁ ପାଖ ଭାର୍ଗବୀ ନଦୀରେ ବୁଡି ବୃଦ୍ଧା ମୃତ୍ୟ ବରଣ କରିଥିବା ଅଭିଯୋଗ ହୋଇଛି। ଗାଁ ରୁ ବୃଦ୍ଧାଙ୍କୁ ଡାକ୍ତରଖାନା ନେବାକୁ ପହଁଞ୍ଚିଥିଲ ଆମ୍ବଲାନ୍ସ, କିନ୍ତୁ ବୃଦ୍ଧା ମୃତ୍ୟୁ ବରଣ କରିଥିବା ଦେଖି ପଳାଇଥିଲା ଆମ୍ବୁଲାନ୍ସ।

ଶେଷରେ ବୃଦ୍ଧା ମହିଳାଙ୍କୁ ପୁଅ ଓ ଗାଁ ର ଯୁବକ ଲୁନାରେ ଟେକିନେଇଥିଲେ ନିକଟସ୍ଥ ଚନ୍ଦନପୁର ଗୋଷ୍ଠିସ୍ବାସ୍ଥକେନ୍ଦ୍ରକୁ। କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏବଂ ବୃଦ୍ଧା ଙ୍କ ଶବ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଥିଲେ। କିନ୍ତୁ କିଭଳି ମୃତ ବୃଦ୍ଧା ମହିଳା ପୁରୀ ସଦରମୁଖ୍ୟ ଚିକିତ୍ସାଳୟ ଯିବେ ବୋଲି ପରିବାର ଲୋକେ ଡାକ୍ତରଙ୍କୁ ପ୍ରଶ୍ନ କରିଥିଲେ। ସରକାରୀ କୈାଣସି ବ୍ୟବସ୍ଥା ନଥିବା କହି ହାତଟେକି ଦେଇଥିଲେ ଡାକ୍ତର। ଶେଷରେ ଶବକୁ ଲୁନାରେ ଦୀର୍ଘ ୧୨ କିଲୋମିଟର ବୋହି ନେଇଥିଲେ ପୁଅ ଓ ସମ୍ପର୍କୀୟ।

Exit mobile version