Site icon ଆଜିକାଲି

ଆଜି ଜେଲ୍‌ରେ ପରୀକ୍ଷା ଦେବେ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ୍

ଭୁବନେଶ୍ୱର : ଜେଲରେ ପରୀକ୍ଷା ଦେବେ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ୍ । ମଙ୍ଗଳବାର ଜେଲ୍ ମାନୁଆଲ ମୁତାବକ ସେ ପରୀକ୍ଷା ଦେବେ । ଏନେଇ ସୋମବାର ଅନୁମତି ଦେଇଥିଲେ କୋର୍ଟ ।

ଅର୍ଚ୍ଚନା ଆଇନ ପାଠ ପଢ଼ୁଥିବା ବେଳେ ଇନଟିଗ୍ରେଟେଡ଼ ଲ’ର ସପ୍ତମ ସେମିଷ୍ଟାର ପରୀକ୍ଷା ଦେବେ । ଭୁବନେଶ୍ୱର କ୍ୟାପିଟାଲ ଲ’ କଲେଜରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ ଲ’ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ ଅର୍ଚ୍ଚନା । ଏଥିପାଇଁ ଜେଲ୍ ମାନୁଆଲ ଅନୁଯାୟୀ ପରୀକ୍ଷା କରାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପରୀକ୍ଷା ପାଇଁ ପୂର୍ବରୁ ଅର୍ଚ୍ଚନା ଫର୍ମ ପୂରଣ କରିଥିଲେ । ଏଥିପାଇଁ ଅର୍ଚ୍ଚନାଙ୍କୁ କୋର୍ଟ ଅନୁମତି ଦେଇଥିଲେ । ପରେ ଅର୍ଚ୍ଚନାଙ୍କ ଓକିଲ ଲ’ ପରୀକ୍ଷା ଦେବା ପାଇଁ କୋର୍ଟର ଆବେଦନ କରିଥିଲେ । ଏଥିପାଇଁ ଗତକାଲି ତାଙ୍କୁ ଅନୁମତି ମିଳିଛି ।

Exit mobile version