Site icon ଆଜିକାଲି

ପୋଲିସ କବଜାରେ ଲେଡି ବ୍ଲାକମେଲର

ଭୁବନେଶ୍ବର : ନେତା ଓ ଅଭିନେତା ଙ୍କୁ ବ୍ଲାକମେଲ କରୁଥିବା ଲେଡି ବ୍ଲାକମେଲର ଗିରଫ ହୋଇଛି । ଲେଡି ବ୍ଲାକମେଲରର ନାଁ ମାଷ୍ଟର ଅର୍ଚ୍ଚନା ନାଗ । ଅର୍ଚ୍ଚନା ନାଗଙ୍କୁ ଅଟକ ରଖି କମିଶନରେଟ ପୋଲିସ ପଚରା ଉଚରା ଜାରି ରଖିଛି। କିଛିଦିନ ତଳେ ପ୍ରତିଷ୍ଠିତ ରାଜନେତାଙ୍କୁ ବ୍ଲାକମେଲ ନେଇ ଅଭିଯୋଗ ଆସିଥିଲା। ପ୍ରଯୋଜକଙ୍କୁ ଟଙ୍କା ମାଗୁଥିବା ଅଡିଓ ମଧ୍ୟ ଭାଇରାଲ ହୋଇଲା। ସେକ୍ସ ସ୍କାଣ୍ଡାଲର ମଧ୍ୟସ୍ଥତା ପାଇଁ ମଧ୍ଯ ଟଙ୍କା ମାଗୁଥିଲେ। ସୁନା ଦୋକାନ ମାଲିକଙ୍କଠାରୁ ସେ କୋଟି କୋଟି ଟଙ୍କା ନେଇଛନ୍ତି। ଅର୍ଚ୍ଚନାଙ୍କ ସହ ବେଶ ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କ ଫଟୋ ମଧ୍ୟ ରହିଛି। କମ୍ ଦିନ ମଧ୍ୟରେ କୋଟି କୋଟି ସମ୍ପତ୍ତିର ମାଳିକାଣି ବନିଯାଇଥିଲେ। ଅର୍ଚ୍ଚନା ରାତାରାତି କୋଟିପତି ହେବାର ରହସ୍ୟ ସମ୍ପର୍କରେ ପଚାରି ବୁଝିଛି ପୁଲିସ ।

କିଛିଦିନ ତଳେ ପ୍ରତିଷ୍ଠିତ ରାଜନେତାଙ୍କୁ ବ୍ଲାକମେଲ ନେଇ ଅଭିଯୋଗ ଆସିଥିଲା । ପ୍ରଯୋଜକଙ୍କୁ ଟଙ୍କା ମାଗୁଥିବା ଅଡିଓ ମଧ୍ୟ ଭାଇରାଲ ହୋଇଲା । ସେକ୍ସ ସ୍କାଣ୍ଡାଲର ମଧ୍ୟସ୍ଥତା ପାଇଁ ମଧ୍ୟ ଟଙ୍କା ମାଗୁଥିଲେ । ସୁନା ଦୋକାନ ମାଲିକଙ୍କଠୁ କୋଟିକୋଟି ଟଙ୍କା ନେଇଛନ୍ତି । ଅନ୍ୟପଟେ ଅର୍ଚ୍ଚନା ନିଜକୁ ଓକିଲ ପରିଚୟ ଦେବା ସହ ରାଜନୈତିକ ଦଳର ସଦସ୍ୟ ବୋଲି କହୁଥିଲେ। ଘରକୁ ଡାକି ଅନୈତିକ ସମ୍ପର୍କ ରଖି କ୍ୟାମେରା ଲଗାଇ ରେକର୍ଡ଼ିଂ କରୁଥିଲେ। ପରେ ସିକ୍ରେଟ ଫଟୋ ଦେଖାଇ ବ୍ଲାକମେଲିଂ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ଅର୍ଚ୍ଚନାଙ୍କ ଟାର୍ଗେଟରେ ଥିଲେ ପ୍ରଯୋଜକ,ପୋଲିସ ଓ ବ୍ୟବସାୟୀ ।

Exit mobile version