Site icon ଆଜିକାଲି

ଦୋକାନ ଭିତରୁ ଝାମ୍ପି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା, ପୋଲିସ ତଦନ୍ତ ଆରମ୍ଭ

ବରଗଡ଼ : ବରଗଡ଼ ଜିଲା ବରପାଲି ଥାନା ଛକ ନିକଟରେ ଥିବା ଏକ ସୁନା ଗହଣା ଦୋକାନରୁ ଝାମ୍ପି ନେଲେ ସୁନା ଗହଣା । ଏନେଇ ଦୋକାନ ମାଲିକ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଯେ, ଆଜି ସକାଳେ ଥାନା ଛକ ଠାରେ ଥିବା ଦୀପକ ଜ୍ଵେଲେରୀ ମାଲିକ ବଜରଙ୍ଗୀ ପୃଷ୍ଟି ଦୋକାନ ଖୋଲି ଦୋକାନର ସାମନା ପଟରେ ଝାଡୁ ମାରୁଥିଲେ । ଏହି ସମୟରେ ହଠାତ ଏକ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ଦୋକାନ ଭିତରେ ଥିବା ସୁନା ଗହଣା ବ୍ୟାଗକୁ ନେଇ ଫେରାର ମାରୁଥିବା ବେଳେ ଦୁର୍ବୃତ୍ତଙ୍କୁ ଦୌଡେଇ ବ୍ୟାଗକୁ ଛଡ଼େଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗାଡ଼ିର ଗତି ଅଧିକ ଥିବାରୁ ଘଟଣା ସ୍ଥଳରେ ଫେରାର ହୋଇଯାଇଥିଲେ । ଏନେଇ ଦୋକାନ ମାଲିକ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନିକଟସ୍ଥ ଏକ ଦୋକାନର ସିସିଟିଭି ଫୁଟେଜ୍ ଅଂଗ୍ରହ କରି ତଦନ୍ତ ଆରମ୍ଭ କରିଛି ।

Exit mobile version