Site icon ଆଜିକାଲି

ବୈଷ୍ଣୋ ଦେବୀ ମାର୍ଗରେ ଭୂସ୍ଖଳନ, ୨ ଯାତ୍ରୀ ମୃତ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ମାତା ବୈଷ୍ଣୋ ଦେବୀ ଭବନ ମାର୍ଗରେ ହେଲିପ୍ୟାଡ୍ ନିକଟରେ ଭୂସ୍ଖଳନ ଘଟଣା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଜଣ ଆହତ ହୋଇଛନ୍ତି । କୁହାଯାଉଛି କି ଭୂସ୍ଖଳନ ଯୋଗୁଁ ଅନେକ ଶ୍ରଦ୍ଧାଳୁ ଫସିଥାଇପାରନ୍ତି । ସୂଚନା ମିଳିବା ପରେ ସ୍ଥାନୀୟ ଟିମ୍ ପହଞ୍ଚି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି । ଆହତ ଯାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାର ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯାହା ସାମାଜିକ ଗଣମାଧ୍ୟମରେ ମିଳୁଛି । ଏଥିରେ ଭୂସ୍ଖଳନର ଦୃଶ୍ୟ ନଜର ଆସୁଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Exit mobile version