Site icon ଆଜିକାଲି

ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ

ବୌଦ୍ଧ: ବୌଦ୍ଧ ଜିଲା ମନମୁଣ୍ଡା ରେଞ୍ଜ ଶଗଡା ସେକ୍ସନ ସିଗାଡି ବନାଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ପ୍ରସ୍ତୁତି ଚାଲିଥିବା ନେଇ ଇନ୍ସପେକ୍ଟର ଗୋପୀନାଥ ପ୍ରଧାନ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲେ । ଏହା ପରେ ଏସଆଇ ୟୁଏନ ଆଚାର୍ଯ୍ୟ ଏବଂ ଶଗଡା ଅଧିକାରୀ ତୁଲାରାମ ମହାନନ୍ଦିଆଙ୍କ ନେତୃ ଏକ ଟିମ ଉକ୍ତ ଅଂଚଳରେ ଚଢାଉ କରିଥିଲେ । ଚଢ଼ାଉରେ ୧୮ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ ସହ ଏକ ବାଇକ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ୨ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ମନମୁଣ୍ଡା ଥାନା ଚୁହୁରାନାଲି ଗ୍ରାମର ଦୀନବନ୍ଧୁ କଂହର ( ୪୮ ) ଏବଂ ମାଳତୀ ଗୋଛପଡା ଗ୍ରାମର ଉସତ ଘିବିଲା ( ୨୦ ) । ଏନେଇ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Exit mobile version