Site icon ଆଜିକାଲି

ଶୁଶ୍ରୁତ ମେଡିକେୟାର ପରିସରରେ ବୃହତ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

କେନ୍ଦୁଝର, (ବ୍ରଜକିଶୋର ରାୟ) ସୁସ୍ଥ ଶରୀର ଓ ସୁସ୍ଥ ସମାଜ ଗଠନ ଦିଗରେ ପ୍ରୟାସ ଜାରି ରଖିଛି କେନ୍ଦୁଝର କଲେଜ ରୋଡ଼ ସ୍ଥିତ ମା ତାରିଣୀ ୱାକର୍ସ କ୍ଲବ ଓ ଶୁଶ୍ରୁତ ମେଡିକେୟାର । ଶୁଶ୍ରୁତ ମେଡିକେୟାର ଓ ୱାକର୍ସ କ୍ଲବ ପକ୍ଷରୁ ନିରନ୍ତର କ୍ଲବର ସଦସ୍ୟ ତଥା ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ନେଇ ମାଗଣା ସ୍ୱାସ୍ଥ୍ୟ ଶିବିର ମାନ ଆୟୋଜନ କରି ଆସୁଛି । କଲେଜ ରୋଡ଼ ସ୍ଥିତ ଶୁଶ୍ରୁତ ମେଡିକେୟାର ପରିସରରେ ଆଜି ଏକ ବୃହତ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ପରାମର୍ଶ ଅନୁଷ୍ଠିତ ହୋଇଯାଇଛି । ୱାକର୍ସ କ୍ଲବର ସଭାପତି ତଥା ବରିଷ୍ଠ ଡାକ୍ତର ପି ସି ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଲେଜ ରୋଡ଼ ସ୍ଥିତ ସୁଶୃତ ମେଡିକେୟାର ପରିସରରେ ଏହି ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଉକ୍ତ ଶିବିରରେ ଆରବିଏସ,ସ୍ନାୟୁ ପରୀକ୍ଷା, ମଧୁମେହ,ଇସିଜି, ସିବିସି, ହିମୋଗ୍ଲୋବିନ ଆଦି ରୋଗର ନିରୂପଣ ସହ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯାଇଥିଲା । ଶୁଶ୍ରୁତ ମେଡିକେୟାରର ସଂଚାଳକ ଡ଼ ମାନସ ପଣ୍ଡା ଓ ସନ୍ତୋଷ ମହାପାତ୍ରଙ୍କ ତ୍ୱତାବଧାନରେ ଅନୁଷ୍ଠିତ ଶିବିରରେ ୫୦ ରୁ ଉର୍ଦ୍ଧ୍ବ ରୋଗୀଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆଜିର ଏହି ଶିବିରରେ ୱାକର୍ସ କ୍ଲବର ବରିଷ୍ଠ ସଦସ୍ୟ ପ୍ରଶାନ୍ତ ସ୍ୱାଇଁ ଶୁଶ୍ରୁତ ମେଡିକେୟାରର ମଲ୍ଟି ଟେକ୍ନିସିୟାନ ଭବାନୀ ଶଙ୍କର ମହାନ୍ତ, ଟେକ୍ନିସିୟାନ ବନଜା ମଞ୍ଜରୀ ପାଢ଼ୀ, ୟୋଶରାଣୀ ମହାନ୍ତ, ସ୍ୱେଚ୍ଛାସେବୀ ସୁବାଷ ସାହୁ, ସୁପ୍ରଭାଇଜର ସୁପ୍ରଭାତ ମହାନ୍ତ ,ମ୍ୟାନକାଇଣ୍ଡ ଫାର୍ମା ଶଶିକାନ୍ତ ଦାସ, ଫାର୍ମାକୋ ଇଣ୍ଡିଆର ସୁଜିତ ଦାସ,କ୍ରସ ପୀରମଲର ଆଶିଷ ଦାସ ଓ ପଲସ ଫର୍ମାର ଦ୍ରୁବଜ୍ୟୋତି ଦାସ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Exit mobile version