Site icon ଆଜିକାଲି

ଆଜି ତୃତୀୟ ଦିନରେ ହୋଇପାରେ ଅବଶିଷ୍ଟ ଅଂଶ ସହ ପାର୍ଶ୍ଵ ଦେବା ଦେବୀ ମନ୍ଦିରର ଲେଜର ସ୍କାନିଂ

ପୁରୀ : ଚାଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ । ରତ୍ନଭଣ୍ଡାର ବାହାର ପାର୍ଶ୍ଵ କାନ୍ଥର ଲେଜର ସ୍କାନିଂ ଡକୁମେଣ୍ଟେସନ ପ୍ରାୟତଃ ଶେଷ ହୋଇଛି। ଆଜି ତୃତୀୟ ଦିନରେ ଅବଶିଷ୍ଟ ଅଂଶ ସହ ପାର୍ଶ୍ଵ ଦେବା ଦେବୀ ମନ୍ଦିରର ଲେଜର ସ୍କାନିଂ ହୋଇପାରେ। ଦ୍ଵିତୀୟ ଦିନରେ ରତ୍ନଭଣ୍ଡାର ଉତ୍ତର ପାର୍ଶ୍ଵ କାନ୍ଥର ୧୨ ଟି ପଏଣ୍ଟରେ ଲେଜର୍ ସ୍କାନିଂ ଡକୁମେଣ୍ଟେସନ୍ ଶେଷ ହୋଇଛି।

ସେହିପରି ଅମୁହାଁ ମନ୍ଦିର ବାହାର ପାର୍ଶ୍ଵ କାନ୍ଥର ଉତ୍ତର ଭାଗରେ ଲେଜର ସ୍କାନିଂ ସରିଛି। ପ୍ରଥମ ଦିନରେ ଉତ୍ତର ପଶ୍ଚିମ ଓ ଉତ୍ତର ପୂର୍ବର ୩୭ଟି ପଏଣ୍ଟରେ ଲେଜର୍ ସ୍କାନିଂ ଡକୁମେଣ୍ଟେସନ୍ ଶେଷ ହୋଇଥିଲା । ଦୁଇ ଦିନରେ ମୋଟ ୪୯ଟି ପଏଣ୍ଟରେ ଲେଜର୍ ସ୍କାନିଂ ଡକୁମେଣ୍ଟେସନ୍ ଶେଷ ହୋଇଛି।ଏହାସହ କେତେ ଦିନ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯିବ ସେ ନେଇ ଆଲୋଚନା ହେବ।

Exit mobile version