Site icon ଆଜିକାଲି

ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ: ସବୁ ପ୍ରାର୍ଥୀ ଆଜି ଭରିବେ ନାମାଙ୍କନ 

ପଦ୍ମପୁର : ଆଜି ପଦ୍ମପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ । ହେଲେ ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି । ଆଜି ଶେଷଦିନରେ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିବେ । ସୂଚନା ଅନୁସାରେ ୧୧ଜଣ ପ୍ରାର୍ଥୀପତ୍ର ଦାଖଲ ପାଇଁ ଫର୍ମ ନେଇଛନ୍ତି ।

ବିଜେଡିରୁ ବର୍ଷା ସିଂ ବରିହା ପ୍ରାର୍ଥୀ ରହିଥିବା ବେଳେ ବିଜେପି ପ୍ରାର୍ଥୀ ଭାବେ ପ୍ରଦୀପ ପୁରୋହିତଙ୍କ ନାଁ ଘୋଷଣା ସରିଛିି । କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କ ନାଁ ପ୍ରାର୍ଥୀ ଭାବେ ଘୋଷଣା ହୋଇସାରିଛି । ହେଲେ ଏମାନଙ୍କ ମଧ୍ୟରୁ କେହି ହେଲେ ନାମାଙ୍କନ ଭରି ନାହାନ୍ତି । ସୋମବାର ବିଜେପି ପ୍ରାର୍ଥୀ ପ୍ରଦୀପ ଏକ ଶୋଭାଯାତ୍ରାରେ ନାମାଙ୍କନ ଭରିବାକୁ ଯାଇଥିଲେ ବି ଚାଷୀ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଫେରି ଆସିଥିଲେ ।

Exit mobile version