Site icon ଆଜିକାଲି

ରାଜ୍ୟରେ ‘ବାଲ୍ ଆଧାର’ ଯୋଜନାର ଶୁଭାରମ୍ଭ

ଭୁବନେଶ୍ବର : ରାଜ୍ୟରେ ଆଜିଠାରୁ “ବାଲ୍ ଆଧାର” ଯୋଜନାର ଶୁଭାରମ୍ଭ ହୋଇଛି। ଶିଶୁଙ୍କ ଜନ୍ମ ପରେ ପରେ ଆଧାର କାର୍ଡ ସଂଯୁକ୍ତ ସହ ଜନ୍ମ ତାରିଖ ପଞ୍ଜିକରଣ କରାଯିବ। ଆଧାର ସଂଯୋଗ ଦ୍ବାରା ସରକାରୀ ସେବା ପାଇବା ସହଜ ହେବ। ଶିଶୁ ଜନ୍ମ ହୋଇଥିବା ଚିକିତ୍ସାଳୟ ସହ ଯୋଗାଯୋଗ କରି ବାଲ୍ଆଧାର ପ୍ରାପ୍ତ କରିହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଜନ୍ମ ପଞ୍ଜିକରଣ ଓ ପ୍ରମାଣପତ୍ର ଶିଶୁର ପ୍ରଥମ ଅଧିକାର। ଆଧାର ପଞ୍ଜିକରଣ ପାଇଁ ମା’ ଓ ବାପାଙ୍କ ମଧ୍ୟରୁ ଜଣଙ୍କର ଆଧାର ନମ୍ବର ଥିବା ଜରୁରୀ। ୫ବର୍ଷ ପର୍ଯ୍ଯନ୍ତ ଶିଶୁର ବାୟୋମେଟ୍ରିକ ଅନିବାର୍ଯ୍ୟ ନୁହେଁ। ଶିଶୁ ଜନ୍ମର ୨୧ଦିନ ମଧ୍ୟରେ ପଞ୍ଜିକରଣ ସମ୍ପୂର୍ଣ ନିଃଶୁକ୍ଳ ରଖାଯାଇଛି । ଆଧାର କାର୍ଡ ପଞ୍ଜିକରଣ ସର୍ବଦା ନିଃଶୁକ୍ଳ ଅଟେ। ତୁରନ୍ତ ଶିଶୁଙ୍କ ଜନ୍ମ ପଞ୍ଜିକରଣ କରି ଏହି ସୁବିଧା ନେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Exit mobile version