Site icon ଆଜିକାଲି

ରେଡ଼ିଓ ଜୁହାର ୯୦.୦ ଏଫଏମ ର ଲୋକାର୍ପଣ ଉତ୍ସବ



ଅଦ୍ୟ ତା ୨୧/୦୫/୨୦୨୩ ରିଖ ଦିନ କେନ୍ଦୁଝର ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ସଦଭାବନା ତରଫରୁ ସ୍ଥାନୀୟ ରଘୁନାଥପୁର ପଞ୍ଚାଯତ ସ୍ଥିତ ପ୍ରୟାସ ସେବା ଗ୍ରାମ ଠାରେ ରେଡ଼ିଓ ଜୁହାର ୯୦.୦ଏଫଏମ ଗୋଷ୍ଠୀ ଭିତିକ ବେତାର କେନ୍ଦ୍ର ଲୋକାର୍ପିତ ହୋଇଯାଇଅଛି।

ଏହି ଲୋକାର୍ପଣ ଉତ୍ସବ ରେ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାଗରିକା ସାହୁ, ବିଧାନସଭା ସଦସ୍ୟ କେନ୍ଦୁଝର ର ମୋହନ ଚରଣ ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଆଶିଷ ଚକ୍ରବର୍ତ୍ତୀ, କେନ୍ଦୁଝର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ଅଲ ଇଣ୍ଡିଆ ରେଡ଼ିଓ ର ଉପ-ନିର୍ଦେଶକ (କଟକ ଓ ସମ୍ବଲପୁର ଜୋନ ) ଡ. ଏସ. ଏନ. ପଟ୍ଟନାୟକ, ଓଡ଼ିଶା ରାଜ୍ୟ ଗୋଷ୍ଠୀ ଭିତ୍ତିକ ବେତାର କେନ୍ଦ୍ର ଆସୋସିଏସନ ର ସଭାପତି ଅବଦୁଲ ସଫିକ, ରେଡ଼ିଓ ନମସ୍କାର ଅଧ୍ୟକ୍ଷ ଏନ. ଏ. ଶାହ ଅନ୍ସାରୀ, ରେଡ଼ିଓ ଗୁଞ୍ଜନ ବରଗଡ଼ ର ନିର୍ଦେଶକ ନିହାର ରଞ୍ଜନ ପଣ୍ଡା, ରେଡ଼ିଓ ବୁଲ୍-ବୁଲ ର ନିର୍ଦେଶକ ଏସ. କେ. ମହମ୍ମଦ ନିୟାଜ, ଶ୍ରୀଯୁକ୍ତ ସୁରେଶ କୁମାର, ଗୂଞ୍ଜ, ନୂଆଦିଲ୍ଲୀ, ବିଶିଷ୍ଟ ସିନେମା ଓ ଟିଭି କଳାକାର ବୀରେନ ମିଶ୍ର, ବିଶିଷ୍ଟ ସିନେମା ଓ ଟିଭି କଳାକାର ଶକ୍ତି ବରାଳ, ବିଶିଷ୍ଟ ଷ୍ଟୁଡିଓ ଓ ସାଉଣ୍ଡ ଡିଜାଇନର ପିଣ୍ଟୁ ମିଶ୍ର, ବିଶିଷ୍ଟ ସାମ୍ବାଦିକ ଓ ସମାଜସେବକ ବିଜୟ ପଟ୍ଟନାୟକ, ବିଶିଷ୍ଟ ସାମ୍ବାଦିକ ଓ ସମାଜସେବକ ବିଭୁତି ପଟ୍ଟନାୟକ, ବିଶିଷ୍ଟ ସାମ୍ବାଦିକ ବିନୟ ଭୂଷଣ ପଟ୍ଟନାୟକ ଆଦି ଅତିଥି ଭାବେ ଯୋଗ ଦେଇଥିଲେ। ଏହି ବେତାର କେନ୍ଦ୍ର ମାଧ୍ୟମରେ ସରକାର ଓ ଲୋକମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରାଯାଇ ପାରିବ, ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଏହି ବେତାର କେନ୍ଦ୍ର ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚି ପାରିବ ଓ ଏହା ମାଧ୍ୟମ ରେ କଳା, ସଂସ୍କୃତି, ପାଲା, ଦାଶକାଠିଆ ଆଦି ଗୋଷ୍ଠୀଭିତିକ କାର୍ଯ୍ୟକ୍ରମ ଲୋକଲୋଚଙ୍କୁ ଅଣାଯାଇ ପାରିବ ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ। ଏହି ଲୋକାର୍ପଣ ଉତ୍ସବରେ ସମାଜର ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଅର୍ଜନ କରିଥିବା ୩୦ ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ଅନୁଷ୍ଠାନର ପ୍ରତ୍ୟେକ କର୍ମୀମାନେ ସହଯୋଗ କରିଥିଲେ I

Exit mobile version