Site icon ଆଜିକାଲି

୧୨ରେ ରାଜ୍ୟ ସାରା ଆଇନଜୀବୀ ପାଳିବେ ପ୍ରତିବାଦ ଦିବସ

ଭୁବନେଶ୍ୱର : ଆସନ୍ତା ୧୨ ତାରିଖରେ ରାଜ୍ୟ ସାରା ଆଇନଜୀବୀ ପାଳିବେ ପ୍ରତିବାଦ ଦିବସ । ୧୨ ତାରିଖରେ ରାଜ୍ୟ ସାରା କାର୍ଯ୍ୟ ବନ୍ଦ ଡାକରା ଦିଆଯାଇଛି । ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇବ ବାର ଆସୋସିଏସନ । ଆଡଭୋକେଟଙ୍କ ଲାଇସେନ୍ସ ରଦ୍ଦ ପ୍ରସଙ୍ଗରେ ବାର ଆସୋସିଏସନର ପ୍ରତିବାଦ । ରାଷ୍ଟ୍ରପତି ଓ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଦାବିପତ୍ର ଦିଆଯିବ ବୋଲି ଜଣାପଡ଼ିଛି । ଆଇନଜୀବୀଙ୍କ ସୁରକ୍ଷା ପାଇଁ ରାଜ୍ୟରେ କ୍ରିୟାନୁଷ୍ଠାନ କମିଟି ଗଠିତ ମଧ୍ୟ କରାଯାଇଛି । ଶିବାନନ୍ଦ ରାୟଙ୍କୁ ଏହି କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ବୋଲି ଘୋଷଣା କରାଯାଇଛି । ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଆନ୍ଦୋଳନକୁ ଓହ୍ଲାଇବ ବାର । ରାଜ୍ୟ ସାରା ସମସ୍ତ ବାର ଆସୋସିଏସନର ସଭାପତି ଓ ସମ୍ପାଦକଙ୍କ ସହ ଆଲୋଚନା ପରେ ଏହ ଚରମ ନିଷ୍ପତି ନିଆଯାଛି । ଓଡ଼ିଶାରେ କୋର୍ଟ କାର୍ଯ୍ୟ ବର୍ଜନ କରୁଥିବା ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ ପାଇଁ ବାର କାଉନସିଲ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହି ନିଷ୍ପତିକୁ ରାଜ୍ୟ ଓକିଲ ସଙ୍ଘ ବିରୋଧ କରୁଥିବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି ।

Exit mobile version