Site icon ଆଜିକାଲି

୨ ପ୍ରତିଶତରୁ କମ୍ କୋଭିଡ ଆକ୍ରାନ୍ତ ହିଁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି: ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ଓଡ଼ିଶାର ପଡ଼ୋଶୀ ରାଜ୍ୟରେ କୋଭିଡ ସଂକ୍ରମଣ ବଢିଥିବା ବେଳେ ଗତ ଦୁଇ ଦିନ ହେବ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଛି ।ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୮୬ରେ ପହଞ୍ଚିଥିବା ବେଳେ ମାତ୍ର ୪୩ ଜଣ ଡାକ୍ତରଖାନାରେ ଅଛନ୍ତି । ୨ ପ୍ରତିଶତରୁ କମ ରୋଗୀ ହିଁ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ବୟସ୍କ ଲୋକ ହିଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କୋଭିଡ ସଂକ୍ରମଣ ଏବେ ସ୍ଥିରତାରେ ଅଛି। କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଡାକ୍ତରୀ ଟିମକୁ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

Exit mobile version