Site icon ଆଜିକାଲି

ଶୁଦ୍ଧିକ୍ରିୟା ସହାୟତା ଯୋଗାଇ ଦେଲା ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ


କେନ୍ଦୁଝର, ତା ୦୧/୦୯/୨୩ ଆଜି କେନ୍ଦୁଝର ଜିଲ୍ଲାର ପରିଚିତ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ ପକ୍ଷରୁ ଦୁଇ ଦୁଇଟି ଅସହାୟ ପରିବାର ଙ୍କୁ ଶୁଦ୍ଧିକ୍ରିୟା ସହାୟତା ଯୋଗାଇ ଦେଇଛନ୍ତି । ସୂଚନା ମୁତାବକ ପପୁ ନାଏକଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ପରିବାରର ସେ ମୁଖ୍ୟ ଥିବାବେଳେ ତାଙ୍କ ମୃତ୍ୟୁ ପରେ ସମଗ୍ର ପରିବାର ଅସହାୟ ହୋଇ ପଡ଼ିଥିଲେ । ଏନେଇ ଖବର ପାଇ ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ ପକ୍ଷରୁ ଆଜି ତାଙ୍କ ଏକାଦଶାହ କାର୍ଯ୍ୟ ପାଇଁ ଆବଶ୍ୟକ ଥିବା ସମସ୍ତ ରାସନ୍ ସାମଗ୍ରୀ ଲୁଗାପଟା ଏବଂ କିଛି ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି । ସେହିଭଳି ମହାଦେଈଯୋଡା ପଞ୍ଚାୟତ ଟିକରପଡା ଅଞ୍ଚଳର ଶ୍ରୀକାନ୍ତ ମାଝୀ ଙ୍କ ଅକାଳ ବିୟୋଗ ପରେ ତାଙ୍କ ପରିବାର ମଧ୍ୟ ଶୁଦ୍ଧିକ୍ରିୟା ସହାୟତା ପାଇଁ ସାହାଯ୍ୟ ଲୋଡିବାରୁ । ଜିଲ୍ଲାର ବିଶିଷ୍ଟ ସମାଜସେବୀ ସଞ୍ଜୀବ କୁମାର ସାହୁଙ୍କ ନେତୃତ୍ବରେ ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ ର ଏକ ଟିମ୍ ତୁରନ୍ତ ଆଜି ତାଙ୍କ ବିଧବା ପତ୍ନୀ ଙ୍କୁ ଆବଶ୍ୟକ ଥିବା ସମସ୍ତ ପ୍ରକାର ସହୟତା ଯୋଗାଇ ଦେଇଛନ୍ତି । ଏନେଇ ଦୁଃଖରେ ଭାଙ୍ଗି ପଡିଥିବା ପରିବାର ସାମାନ୍ୟ ଆଶ୍ୱସ୍ତି ଲାଭ କରିଛି । ଆଜିର ଏହି କାର୍ଯ୍ୟକ୍ରମ ପାଇଁ ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟର ପ୍ରମୁଖ ସଦସ୍ୟ ବିଦ୍ୟାଧର ମହାନ୍ତ, ବବିତା ରାମ, କମଳକୃଷ୍ଣ ପ୍ରିୟବ୍ରତ ନାୟକ, ପ୍ରିୟଙ୍କା ରାଣା, ଚନ୍ଦ୍ରଶେଣ ମହାନ୍ତ, ରଘୁନାଥ ମହାନ୍ତ, ମାନସ ରଞ୍ଜନ ଷଡ଼ଙ୍ଗୀ, ସଞ୍ଜୀବ କୁମାର ସାହୁ, ଦେବବ୍ରତ ପାଢୀ, ରମେଶ ମୁଣ୍ଡା, ରଜତ ବେହେରା, ପ୍ରଦ୍ୟୁମ୍ନ ବେହେରା ପ୍ରଭୃତି ଅନେକ ଯୁବ ସଦସ୍ୟ ଉପସ୍ଥିତ ରହି ସମ୍ପାଦନ କରିଥିବା ବେଳେ ଏନେଇ ଗ୍ରାମବାସୀମାନେ ଟ୍ରଷ୍ଟର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Exit mobile version