Site icon ଆଜିକାଲି

ପୁରୁଷ ଶୂନ୍ୟ ପରିବାରକୁ ଶୁଦ୍ଧିକ୍ରିୟା ସହାୟତା ଯୋଗାଇ ଦେଲା ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ

କେନ୍ଦୁଝର, ତା ୯/୯/୨୦୨୩ ସଦର ବ୍ଲକ ପଳାସପଙ୍ଗା ଅନ୍ତର୍ଗତ ମୁରୁସୁଆଁ ଗ୍ରାମର ପୁରୁଷ ଶୂନ୍ୟ ପରିବାରର ମୁଖ୍ୟ ଦୁତି ପାତ୍ର ଙ୍କ ଅକାଳ ବିୟୋଗ ପରେ ତାଙ୍କ ପରିବାରରେ ବର୍ତ୍ତମାନ ଥିବା ବିଧବା ବୋହୂ ସୀତା ପାତ୍ର ଏବଂ ନାତୁଣୀ ଶ୍ରୀୟା ପାତ୍ର ଙ୍କୁ ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ ପକ୍ଷରୁ ଶୁଦ୍ଧିକ୍ରିୟା ସହାୟତା ଯୋଗାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ ମୃତକ ଦୁତି ପାତ୍ର ଙ୍କ ଏକ ମାତ୍ର ପୁଅ ଏକ ଘଟଣା କ୍ରମରେ ଅନେକ ବର୍ଷ ହେଲା ମୃତ୍ୟୁ ବରଣ କରିଥିବା ବେଳେ ବିଧବା ବୋହୂ ଏବଂ ନାତୁଣୀ କୁ ଧରି କଷ୍ଟେମଷ୍ଟେ ବଞ୍ଚି ଆସୁଥିଲେ ମଧ୍ୟ ସେ ଏବେ ଗଳା କର୍କଟ ରୋଗ ରେ ଆକ୍ରାନ୍ତ ହୋଇ ସମସ୍ତ ଚିକିତ୍ସା ସତ୍ତ୍ୱେ ମୃତ୍ୟୁ ବରଣ କରିଥିଲେ । ଘରେ କେହି ପୁରୁଷ ଲୋକ ନଥିବା ବେଳେ ଦୁତି ପାତ୍ର ସବୁକିଛି ଦାୟିତ୍ବ ତୁଲାଇ ଏମାନଙ୍କୁ ବଞ୍ଚାଉଥିଲେ, ହେଲେ ଏବେ ତାଙ୍କ ମୃତ୍ୟୁ ପରେ ଏହି ଦୁଇ ଜଣ ଏବେ ଶୁଦ୍ଧିକ୍ରିୟା କରିବାକୁ ମଧ୍ୟ ଅସମର୍ଥଥିବା ଖବର ପାଇ ସମାଜସେବୀ ଯୁଧିଷ୍ଠିର ମହାନ୍ତ ଙ୍କ ତତ୍ତ୍ୱାବଧାନରେ ଆଜି ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ ର ଏକ ଟିମ୍ ତାଙ୍କ ଘରେ ପହଞ୍ଚି ଆବଶ୍ୟକ ଥିବା ସମସ୍ତ ରାସନ୍ ସାମଗ୍ରୀ ଲୁଗାପଟା ଏବଂ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଆଜି ତାଙ୍କର ଦଶାହ କାର୍ଯ୍ୟ ଥିବାରୁ କେହି ପୁରୁଷ ଲୋକ ନଥିବା କାରଣରୁ ନାତୁଣୀ ଦଶାହ କାର୍ଯ୍ୟ ପାଇଁ ତୁଠକୁ ଯାଇଥିବା ପରିବାର ଲୋକ କହିଛନ୍ତି । ଏହି ପରିବାର ର ଏଭଳି ଅବସ୍ଥା ଦେଖି ଟ୍ରଷ୍ଟ ର ପ୍ରମୁଖ ସଦସ୍ୟ ରବିନ୍ଦ୍ର ସିଂ ଫୌଜି ଏହି ପରିବାରକୁ ପ୍ରତି ମାସରେ ଏକ ହଜାର ଟଙ୍କା ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ପ୍ରମୁଖ ସଦସ୍ୟ ବିଦ୍ୟାଧର ମହାନ୍ତ, ରାଜୀବ ସାହୁ, ଯୁଧିଷ୍ଠିର ମହାନ୍ତ, ରବିନ୍ଦ୍ର ସିଂ ଫୌଜି, ବିନୋଦ ମହାନ୍ତ, ଚିତ୍ତରଞ୍ଜନ ମହାନ୍ତ, ଦୀନବନ୍ଧୁ ମହାନ୍ତ, ଜଗବନ୍ଧୁ ଗିରି, ଚାରି ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟା ଲୀଳାବତୀ ମହାନ୍ତ,ଲୋକନାଥ ଦେଓ, ଯୋଗେଶ୍ୱର ମହାନ୍ତ, ଅଶୋକ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଏହି ସେବାକାର୍ଯ୍ୟ କୁ ସମ୍ପାଦନା କରିଥିବା ବେଳେ ଏନେଇ ସ୍ଥାନୀୟ ଗ୍ରାମବାସୀ ଟ୍ରଷ୍ଟକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ବିଗତ ଦିନମାନଙ୍କରେ ଟ୍ରଷ୍ଟ ପକ୍ଷରୁ ଏଭଳି ଅନେକ ଶୁଦ୍ଧିକ୍ରିୟା ସହାୟତା ଯୋଗାଇ ସଦସ୍ୟ ମାନେ ସମାଜରେ ଏକ ଭିନ୍ନ ବାର୍ତ୍ତା ବାଣ୍ଟି ଚାଲିଛନ୍ତି , ଯାହାକୁ ବୁଦ୍ଧିଜୀବୀ ମହଲରେ ଖୁବ୍ ପ୍ରଶଂସା କରାଯାଉଥିବା ବିଶିଷ୍ଟ ସମାଜସେବୀ ସଞ୍ଜୀବ କୁମାର ସାହୁ କହିଛନ୍ତି । ଟ୍ରଷ୍ଟ ପକ୍ଷରୁ ଏଭଳି ମହତ୍ କାର୍ଯ୍ୟ ଆଗକୁ ଜାରି ରଖିବାକୁ ସମସ୍ତ ସଦସ୍ୟଙ୍କ ଭିତରେ ସହମତି ପ୍ରକାଶ ପାଇଥିବା ଆବାହକ ଯୁଧିଷ୍ଠିର ମହାନ୍ତ କହିଛନ୍ତି ।

FacebookTwitterLinkedinWhatsapp
Exit mobile version