Site icon ଆଜିକାଲି

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ, ୪ ମୃତ

ଭୁବନେଶ୍ୱର : ରାଜ୍ୟର ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୪ ଜଣ ପ୍ରାଣ ହରାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅଞ୍ଚଳା ଗାଁରେ ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଛି। ସେମାନେ ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟିଥିଲା । ଅନୁଗୁଳ ଜିଲ୍ଲା ନାଲକୋ

ନାଲକୋ ଥାନା ବଳରାମପ୍ରସାଦ ଗାଁରେ ମଧ୍ୟ ବଜ୍ରପାତ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଆସପଣ୍ଡରୁ ପାଉଁଶ ଉଠାଉଥିବା ବେଳେ ୨ ମହିଳାଙ୍କର ମୃତ୍ୟୁ ହୋଇଛି। ଆଉ ୨ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି।

Exit mobile version