Site icon ଆଜିକାଲି

ବଜ୍ରପାତ ନେଲା ୩ ମହିଳାଙ୍କ ଜୀବନ,୫ ଆହତ

ମୟୁରଭଞ୍ଜ : କରଞ୍ଜିଆ ଏନ୍‌ଏସିର ୧୫ ନମ୍ବର ୱାର୍ଡ ଅଙ୍କୁରା ସାହିରେ ଅଘଟଣ । ବଜ୍ରାଘାତରେ ୩ ମହିଳା ମୃତ, ଅନ୍ୟ ୪ ଜଣ ଗୁରୁତର । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ।

ସୂଚନା ଯେ, ମୁକ୍ତା ମୁଣ୍ଡା ନାମକ ଜଣେ ମହିଳାଙ୍କ ଶନିବାର ସକାଳେ ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ଖବର ପାଇ ବିଭିନ୍ନ ଗ୍ରାମରୁ ସମ୍ପର୍କୀୟମାନେ ଅନ୍ତିମ ସଂସ୍କାର ପାଇଁ ଆସିଥିଲେ। ନିକଟରେ ଥିବା ଏକ ଆମ୍ବ ଗଛ ମୂଳେ ସମ୍ପର୍କୀୟମାନେ ବସିଥିବା ସମୟରେ ଅଚାନକ ଘଡ଼ଘଡ଼ି ସହ ବର୍ଷା ଓ ପବନ ଆରମ୍ଭ ହୋଇଥିଲା। ଏହି ସମୟରେ ଆମ୍ବ ଗଛ ଉପରକୁ ବଜ୍ରପାତ ହେବା ଯୋଗୁ ଗଛମୂଳେ ବସିଥିବା ଲୋକମାନେ ଟଳି ପଡ଼ିଥିଲେ। ମୃତକ ଏବଂ ଆହତମାନଙ୍କୁ ଉପଖଣ୍ଡ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା।

Exit mobile version