Site icon ଆଜିକାଲି

ମାଆ ହେଲା ସିଂହୀ ବିଜଲୀ, ୫ଟି ଶାବକ ଜନ୍ମ

ଭୁବନେଶ୍ୱର : ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି। ମାଆ ହେଲା ସିଂହୀ ବିଜଲୀ। ଚତୁର୍ଥ ଥର ପାଇଁ ବିଜଲୀ ମାଆ ହୋଇଥିବା ବେଳେ ୫ଟି ଶାବକ ଜନ୍ମ ଦେଇଛି । ବର୍ତ୍ତମାନ ତା’କୁ ୯ ବର୍ଷ ବୟସ ହୋଇଛି।

ଇନ୍ଦୋର ଚିଡିଆଖାନାରୁ ସିଂହୀ ବିଜଲୀ ଆସିଥିଲା । ବିଜଲୀ ଶାବକଙ୍କ ଯତ୍ନ ନେଉଥିବା ସହ ଖୁଆଡକୁ ସିସିଟିଭି ନଜରରେ ରଖାଯାଇଛି। ସୂଚନା ଯେ, ୨୦୨୦ ମସିହାରେ ବିଜଲୀ ଇନ୍ଦୋର ଚିଡିଆଖାନାରୁ ନନ୍ଦନକାନନକୁ ଆସିଥିଲା।

Exit mobile version