Site icon ଆଜିକାଲି

ଟାଟା ଷ୍ଟିଲ୍ ର ଖଣି ଖନନ ପାଇଁ ୱାର୍ଡ ସଭା କୁ ସ୍ଥାନୀୟ ବାସିନ୍ଦା ଙ୍କ ସମର୍ଥନ

କେନ୍ଦୁଝର, ଅଗଷ୍ଟ ୨୮,୨୦୨୩ କେନ୍ଦୁଝର ଜିଲ୍ଲା ସ୍ଥିତ ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ମେସର୍ସ ଟାଟା ଷ୍ଟିଲ ଲିମିଟେଡ ର ଯୋଡା ଇଷ୍ଟ ଲୌହ ଓ ମନମୋର। ମାଙ୍ଗାନିଜ ମାଇନ୍ସ ରେ ଖଣି ଖନନ ନିମନ୍ତେ ୬ ନମ୍ବର ୱାର୍ଡ ରେ ଏକ ୱାର୍ଡ ସଭା, ସ୍ଥାନୀୟ ବାଚୁ ହାଟିଂ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଉପରୋକ୍ତ ଖଣି ଖନନ ପାଇଁ କମ୍ପାନୀ ପକ୍ଷରୁ ୪୩.୫୧୩ ହେକ୍ଟର ଜମି ଅଧିଗ୍ରହଣ ନିମନ୍ତେ ପ୍ରସ୍ତାବ ରଖାଯାଇଛି । ଏହି ସଭା ରେ ୫୬ ଜଣ ସ୍ଥାନୀୟ ବାସିନ୍ଦା ନିଜର ମତ ବ୍ୟକ୍ତ କରି ସର୍ତ୍ତମୂଳକ ସମର୍ଥନ ଜଣାଇଥିଲେ । ମୁଖ୍ୟ ପ୍ରସଙ୍ଗ ମଧ୍ୟରେ ସ୍ଥାନୀୟ ବାସିନ୍ଦା ଙ୍କୁ ନିଯୁକ୍ତି, ପାରିପାର୍ଶ୍ବିକ ଉନ୍ନତି ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉଚ୍ଚ ଶିକ୍ଷା ର ସୁବିଧା ସୁଯୋଗ ଭଳି ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଥିଲା । ଏତଦବ୍ୟତୀତ, ସେମାନେ ଦକ୍ଷତା ତାଲିମ କେନ୍ଦ୍ର ଓ, ବୈଷୟିକ ଶିକ୍ଷା ର ସୁଯୋଗ ସୃଷ୍ଟି କରାଇବା ପାଇଁ କମ୍ପାନୀ ନିକଟରେ ଦାବୀ ଉପସ୍ଥାପନ କରିଥିଲେ । ଆଖପାଖ ଅଞ୍ଚଳ କୁ ଅଧିକ ସବୁଜିକରଣ କରିବା ପାଇଁ ଅଧିକରୁ ଅଧିକ ଗଛ ଲଗାଇବା ସହ ସେଗୁଡିକର ରକ୍ଷଣାବେକ୍ଷଣ କରାଇବା ପାଇଁ ମଧ୍ୟ ସେମାନେ ଦାବୀ ଉପସ୍ଥାପନ କରିଥିଲେ । ଯୋଡା ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁ, ୬ ନମ୍ବର ୱାର୍ଡ କାଉନ୍ସିଲର ଗଣେଶ ମୋଦୀ, ଯୋଡା ପୌରପାଳିକା ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ପାତ୍ର, ବଡବିଲ ରାଜସ୍ଵ ସୁପରଭାଇଜର ଲାଲ ମୋହନ ମହାପାତ୍ର, ଯୋଡା ଫରେଷ୍ଟ ସେକସନ ଅଫିସର ତ୍ରିନାଥ ଜେନା, ଯୋଡା ବ୍ଲକ ୱେଲଫେଆର ଏକ୍ସଟେନସନ ଅଫିସର ସ୍ୱରୁପ ବିଶୋଇ, ଏଫ୍ ଆର ସି ସଭାପତି ପୁଷ୍ପାଞ୍ଜଳି ତିର୍କୀ ଓ ସମ୍ପାଦକ ପ୍ରଭାସିନି ନାୟକ ଏହି ସଭାରେ ଉପସ୍ଥିତ ଥିଲେ ।

FacebookTwitterLinkedinWhatsapp
Exit mobile version