Site icon ଆଜିକାଲି

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଲୋହାନୀ, ଫେରିଲେ ଗିରିଶ

ଭୁବନେଶ୍ୱର : ରାଜ୍ୟ ପଂଚାୟତିରାଜ ସଚିବ ୧୯୯୫ ବ୍ୟାଚ୍ ଆଇଏଏସ୍ ସୁଶୀଲ କୁମାର ଲୋହାନୀଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି । ସେ କେନ୍ଦ୍ର ପଂଚାୟତିରାଜ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିବେ । ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ୨୦୦୨ ବ୍ୟାଚ୍ ଆଇଏଏସ୍ ଏସଏନ ଗିରିଶ । ସେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ କୌଣସି ଦାୟିତ୍ୱ ମିଳିନଥିବା ଜଣାପଡ଼ିଛି ।

ଆଜି ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଦ୍ୱାରା ୧୯୯୫ ବ୍ୟାଚ୍ ଆଇଏଏସ୍ ସୁଶୀଲ କୁମାର ଲୋହାନୀଙ୍କୁ କେନ୍ଦ୍ର ପଂଚାୟତିରାଜ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ଲୋହାନୀ ଏବେ ରାଜ୍ୟ ପଂଚାୟତିରାଜ ଓ ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେ ନଭେମ୍ବର ପ୍ରଥମ ସପ୍ତାହରେ କେନ୍ଦ୍ରକୁ ଡେପୁଟେସନରେ ଯିବେ ବୋଲି ଜଣାପଡ଼ିଛି । ସେହିପରି କେନ୍ଦ୍ରୀୟ ଡେପୁଟେସନ ଅବଧି ସମାପ୍ତ କରି ଓଡ଼ିଶା ଫେରିଛନ୍ତି ୨୦୦୨ ବ୍ୟାଚ୍ ଆଇଏଏସ୍ ଏସଏନ୍ ଗିରିଶ । ତାଙ୍କୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ଦାୟିତ୍ୱ ନ୍ୟସ୍ତ କରିନାହାନ୍ତି ।

Exit mobile version