Site icon ଆଜିକାଲି

ନକଲି ସିବିଆଇ ଅଧିକାରୀ ନାଁରେ ଲୁଟ୍ ମାମଲା, ଆଉ ତିନି ଗିରଫ

ଭୁବନେଶ୍ୱର : ନିଜକୁ ସିବିଆଇ ଅଧିକାରୀ କହି ୨ କୋଟି ଟଙ୍କା ଲୁଟ୍‌ ମାମଲାରେ ଆଉ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୬୬ ଲକ୍ଷ ୫୯ ହଜାର ଟଙ୍କା ଜବତ ହୋଇଛି। ମୁଖ୍ୟ ଷଡ଼ଯନ୍ତ୍ରକାରୀ ବାଦଲ ଏବେ ବି ଫେରାର ଅଛି । ଗତ ରବିବାର ୫ ଜଣଙ୍କୁ ଗିରଫ କରାଯାଇଥିଲା ।

ସୂଚନା ଯେ, ଗତ ୨ ତାରିଖରେ ନନ୍ଦନବିହାରର ନିବାରଣ ପାଣିଙ୍କ ଘରେ ଦୁର୍ବୃତ୍ତମାନେ ପଶି ନିଜକୁ ସିବିଆଇ ଅଧିକାରୀ ଭାବେ ପରିଚୟ ଦେଇ ୨ କୋଟି ଟଙ୍କା ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଥିଲା । ପୂର୍ବରୁ ପୋଲିସ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିବା ସହ ୧ କୋଟି ୨ ଲକ୍ଷ ଟଙ୍କା ଜବତ କରିଥିଲା । ଅନ୍ୟପଟେ ଘର ମାଲିକ ନିବାରଣ ନଗଦ ୨ କୋଟି ଟଙ୍କା କେଉଁଠୁ ଆଣିଲେ ସେନେଇ ଆୟକର ବିଭାଗ ଖୋଳତାଡ଼ କରିପାରେ।

Exit mobile version