ପିପିଲି : ଠାକୁରଙ୍କୁବି ଛାଡିଲେନି । ଲୁଟିନେଇଗଲେ ଠାକୁରଙ୍କ ସୁନା ଅଳଙ୍କାର । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିର ପରିସରରେ ଥିବା ମଦନମୋହନ ମନ୍ଦିରରୁ ଚୋରି । ଗତକାଲି ବିଳମ୍ବିତ ରାତିରେ ସିସିଟିଭି ଭାଙ୍ଗି ମନ୍ଦିରରୁ ସୁନା ଅଳଙ୍କାର ସହ ଟଙ୍କା ଲୁଟ କରିଛନ୍ତି ଦୁର୍ବୃତ୍ତ । କେତେ ଟଙ୍କା ଚୋରି ହୋଇଛି ତାହା ଅସ୍ପଷ୍ଟ ରହିଛି। ଆଜି ସକାଳୁ ସେବାୟତ ମାନେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ତେବେ ଏନେଇ ସତବାଦ୍ୟ ପୋଲିସ ତଦନ୍ତ ଆରମ୍ଭ କରିଛି ।