Site icon ଆଜିକାଲି

ଆଜି ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ ପର୍ବ, ଶୀତବସ୍ତ୍ର ପିନ୍ଧିବେ ଚତୁର୍ଦ୍ଧାମୂରତି

ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଓଢ଼ଣ ଷଷ୍ଠୀ ପର୍ବ । ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ନୀତି ଅନୁଷ୍ଠିତ ହେବ । ଠାକୁରେ ଶୀତବସ୍ତ୍ର ପରିଧାନ କରିବେ । ଶ୍ରୀମନ୍ଦିରର ପାରମ୍ପରିକ ଦର୍ଜୀ ସେବକ ଏହି ଘୋଡ଼ ପ୍ରସ୍ତୁତି କରି ଶ୍ରୀମନ୍ଦିର ଗାରଦ ଜିମା ଦେଇଛନ୍ତି । ଏଣୁ ସୋମବାର ଘୋଡ଼ ସବୁ ଅଧିବାସ ହୋଇଛି ।

ପଞ୍ଚମୀ ରାତିରେ ଠାକୁରଙ୍କ ଚନ୍ଦନଲାଗି ନୀତି ସରିଥିଲା । ପରେ ତିନି ଠାକୁରଙ୍କପାଇଁ ଘୋଡ଼ ସହିତ ବିମଳା, ସରସ୍ୱତୀ, ଲକ୍ଷ୍ମୀ ତଥା ମଦନମୋହନଙ୍କ ଘୋଡ଼ ଅଧିବାସ ହୋଇଥିଲା । ଷଷ୍ଠୀରେ ଠାକୁରଙ୍କୁ ଘୋଡ଼ ଲାଗି କରାଯାଇ ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯିବ । ଶୀତ ୪ ମାସ ପାଇଁ ମହାପ୍ରଭୁଙ୍କର ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଏହି ଘୋଡ଼ ଲାଗି ନୀତି ସମ୍ପାଦିତ ହେବ ।

Exit mobile version