Site icon ଆଜିକାଲି

ମାସ ଆରମ୍ଭରୁ ଝଟକା, ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ‌ ହେବାର ଦିନକ ପରେ ବଢ଼ିଛି ଏଲପିଜି ସିଲିଣ୍ଡର ଦାମ଼। ମହଙ୍ଗା ହୋଇଛି ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡର । କମର୍ସିଆଲ ସିଲିଣ୍ଡର ପିଛା ୨୧ ଟଙ୍କା ବଢ଼ିଛି । ଆଜି (ଡିସେମ୍ବର ୧) ଠାରୁ ଲାଗୁ ହୋଇଛି ନୂଆ ଦର । ତେବେ ସବସିଡିଯୁକ୍ତ ୧୪.୨ କେଜି ଘରୋଇ ଏଲପିଜି ଦାମରେ କୌଣସି ବୃଦ୍ଧି ଘଟିନାହିଁ । ଲଗାତାର ଦ୍ବିତୀୟ ମାସ ପାଇଁ କମର୍ସିଆଲ ସିଲିଣ୍ଡର ଦାମ୍ ବଢିଛି । ଗତ ମାସର ମଧ୍ୟ ୧୯ କେଜି ସିଲିଣ୍ଡର ପିଛା ୧୦୦ ଟଙ୍କା ବଢ଼ିଥିଲା ।

ରାଜଧାନୀ ଦିଲ୍ଲୀରେ ଆଜିଠୁ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ୧୭୫୫.୫୦ ଟଙ୍କା ବଦଳରେ ୧୭୯୬.୫୦ ଟଙ୍କାରେ ମିଳିବ। ଆଇଓସିଏଲ ୱେବସାଇଟରେ ଏଲପିଜି ସିଲିଣ୍ଡରର ଦର ଅପଡେଟ୍ କରାଯାଇଛି ଏବଂ ପରିବର୍ତ୍ତିତ ଦରକୁ ଲାଗୁ କରାଯାଇଛି । ଦୀପାବଳି ପୂର୍ବରୁ ମଧ୍ୟ ତୈଳ କମ୍ପାନୀ କମର୍ସିଆଲ ସିଲିଣ୍ଡର ଦର ୧୦୩ ଟଙ୍କା ବଢାଇଥିଲେ । ତେବେ ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ଏହାର ଦର ରହିଛି ୧୭ଶହ୯୬ ଟଙ୍କା ୫୦ ପଇସା । କୋଲକାତାରେ ଏହା ରହିଛି ୧୯ଶହ ୮ଟଙ୍କା । ମୁମ୍ବାଇରେ ଏହାର ଦର ୧୭ଶହ ୪୯ ଟଙ୍କା ରହିଥିବାବେଳେ ଚେନ୍ନାଇରେ ରହିଛି ୧୯ଶହ ୬୮ଟଙ୍କା ୫୦ ପଇସା ।

Exit mobile version