Site icon ଆଜିକାଲି

ଜଗନ୍ନାଥପୁର ମା ଭଣ୍ଡାର ଘରଣୀ ମନ୍ଦିର ଓ ଦହଣା ପଞ୍ଚାୟତରେ ଗ୍ରାମ୍ୟ ଉଦ୍ୟାନ ନିମନ୍ତେ ସାଂସଦଙ୍କ ଦ୍ଵାରା ଭୂମି ପୂଜନ

ନବରଙ୍ଗପୁର, (ସରୋଜ କୁମାର ବେହେରା) ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ସଦର ପଞ୍ଚାୟତ ଠାରେ” ମାଁ ଭଣ୍ଡାର ଘରଣୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ଦହଣା ପଞ୍ଚାୟତରେ ଗ୍ରାମ୍ୟ ଉଦ୍ୟାନ ନିମନ୍ତେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଓ ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ “ଭୂମିପୂଜନ “କରିଥିଲେ। ଜଗନ୍ନାଥପୁର ପଞ୍ଚାୟତରେ ଥିବା ମା ଭଣ୍ଡାର ଘରଣୀ ମନ୍ଦିର ନିର୍ମାଣ ନିମନ୍ତେ ଫାଇବ ଟି ଅନୁଦାନ ୧୦ ଲକ୍ଷ ଟଙ୍କା ଓ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ୧୦ ଲକ୍ଷ ଟଙ୍କା ଅନୁଦାନ ଅନୁମୋଦନ ହୋଇଥିବା ବେଳେ ଦହଣା ପଞ୍ଚାୟତରେ ଗ୍ରାମ୍ୟ ଉଦ୍ୟାନ ନିମନ୍ତେ ମହାତ୍ମାଗାନ୍ଧୀ ନିସ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୮ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ମଧ୍ୟରୁ ନନ୍ଦାହାଣ୍ଡି ଜୋନ୍ ୨ ଜ଼ିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ର,,ନନ୍ଦାହାଣ୍ଡି ଲାମ୍ପସ ସଭାପତି ଶ୍ରୀ ଲକ୍ଷ୍ମୀ ନାରାୟଣ ମାଝୀ , ନନ୍ଦାହାଣ୍ଡି ସାଂସଦ ପ୍ରତିନିଧି ସୁନୀଲ ସାହୁ,ନନ୍ଦାହାଣ୍ଡି ବିଧାୟକ ପ୍ରତିନିଧି ତଥା ବ୍ଲକ ବିଜେଡି ସଭାପତି ଦୟାନିଧି ବିଷୋୟୀ , ଦହଣା ସମିତି ସଭ୍ୟା ହିରାମଣୀ ଜାନୀ , ନାୟାବ ସରପଞ୍ଚ ଶ୍ରୀମତୀ କନକ ପାଇକ , ଲକ୍ଷ୍ମଣ ଗରଡା , ନନ୍ଦାହାଣ୍ଡି ବ୍ଲକ ବିଜେଡି ଯୁବ ସଭାପତି ପୁରନ୍ଦର ଭତ୍ରା, ପୂର୍ବତନ ଜଗନ୍ନାଥପୁର ପଞ୍ଚାୟତ ସରପଞ୍ଚ ନୀଳାମ୍ବର ଅମନାତ୍ୟ , ଚୈତନ୍ୟ ମହାଙ୍କୁଡ , ମୁନା ପଟ୍ଟନାୟକ, ସୁବାସ ବାଙ୍କିଆ , କାଳିଆ ବାଙ୍କିଆ ଓ ବିଜୁ ଜନତା ଦଳର ଅନେକ କର୍ମୀଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

Exit mobile version