Site icon ଆଜିକାଲି

ଆଜି ଧରାପୃଷ୍ଠରୁ ମେଲାଣି ନେବେ ମା’ ଦୁର୍ଗା

ଭୁବନେଶ୍ୱର : ଶେଷ ହେଲା ଜଗତଜନୀନ ମା’ ଦୁର୍ଗାଙ୍କ ପୂଜା । ଆଜି ଧରାପୃଷ୍ଠରୁ ମେଲାଣି ନେବେ ମା’। ଦଶହରାରେ ମା’ଙ୍କ ଘଟ ବିସର୍ଜନ ସରିଛି । ଭସାଣୀ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଘଣ୍ଟ ଘଣ୍ଟା ସହ ପାରମ୍ପରିକ ବାଦ୍ୟରେ ଦୁଲୁକିବ ସହର । ମା’ଙ୍କ ବିସର୍ଜନ ପାଇଁ ନଦୀରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ବାଲି ଖୋଳି ନଦୀ ପଠାରେ ଅସ୍ଥାୟୀ ପୋଖରୀ ତିଆରି କରଯାଇଛି । ସେହି ପୋଖରୀରେ ମାଆଙ୍କ ପ୍ରତିମୂର୍ତ୍ତିକୁ ବିସର୍ଜନ କରାଯିବ ।

ଭସାଣୀ ଉତ୍ସବ ପାଇଁ କେତେକ କଟକଣା ଜାରି କରିଛି କମିଶନରେଟ୍ ପୋଲିସ । କମିଶନରେଟ ପୋଲିସର ନିର୍ଦ୍ଦେଶ ଅନୁସାରେ, ଗୋଟିଏ ମେଢ଼ ସହ ଗୋଟିଏ ବ୍ୟାଣ୍ଡପାର୍ଟି ଓ ଗୋଟିଏ ମ୍ୟୁଜିକ ପାର୍ଟି ପ୍ରୋସେସନରେ ଯାଇପାରିବ । ଅଧିକ ବ୍ୟାଣ୍ଡ ପାର୍ଟି କିମ୍ବା ମ୍ୟୁଜିକ ପାର୍ଟିକୁ ସାଙ୍ଗରେ ନେବା ପାଇଁ ଅନୁମତି ନାହିଁ । ୬୫ ଡେସିବେଲରୁ ଅଧିକ ସାଉଣ୍ଡରେ ଡିଜେ ବା ମ୍ୟୁଜିକ ବାଜି ପାରିବ ନାହିଁ । ସମସ୍ତ କମିଟି ପାଇଁ ସ୍ୱତନ୍ତ୍ର ରୁଟ ଲାଇନ ବ୍ୟବସ୍ଥା କରାଯାଇଛି । ଭସାଣି ପାଇଁ ଦିଆଯାଇଥିବା ରୁଟ୍ ଅନୁସାରେ ମେଢ଼ଗୁଡିକ ପ୍ରୋସେସନ କରିବେ । ପ୍ରୋସେସନ ସମୟରେ ଫୋକସ ଓ ଫ୍ଲାସ ଲାଇଟ୍ ବ୍ୟବହାର କରିପାରିବେ ନାହିଁ । ସର୍ବାଧିକ ୬ଟି ଟ୍ରଲି ପ୍ରସେସନରେ ନେବାକୁ ଅନୁମତି । କମିଶନରେଟ ପୋଲିସ ପକ୍ଷରୁ ଭସାଣୀ ପାଇଁ ୧୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୩ ଜଣ ଅତିରିକ୍ତ ଡିସିପି ଭସାଣୀ ଦାୟିତ୍ୱ ରେ ରହିବେ ଏବଂ ଟ୍ରାଫିକ ସମସ୍ୟା ଯେପରି ନ ଉପୁଜେ ସେନେଇ ପୋଲିସ ପକ୍ଷରୁ ଗୁରୁତ୍ବ ଦିଆଯାଇଛି ।

Exit mobile version