Site icon ଆଜିକାଲି

ନଭେମ୍ବର ୪ରୁ ଆରମ୍ଭ ହେବ ମା’ ଲୋଭୀ ଠାକୁରାଣୀଙ୍କ ଯାତ୍ରା

ଆଠଗଡ : କଟକ ଜିଲ୍ଲା ତିଗିରିଆ ବ୍ଲକ ଅନ୍ତର୍ଗତ ବିନ୍ଧାଣୀମା ଗାଁର ପ୍ରସିଦ୍ଧ କାର୍ତିକେଶ୍ୱର ଓ ମା’ ଲୋଭୀ ଠାକୁରାଣୀଙ୍କ ଯାତ୍ରା ପାଇଁ ମହାସଙ୍ଘ ଶାନ୍ତି କମିଟି ଓ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ତିଗିରିଆ ତହସିଲଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହାସଂଘ ଶାନ୍ତି କମିଟି, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ପୂଜା କମିଟିର ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ । ଆଗାମୀ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଏହି ବୈଠକରେ ସ୍ଥିର କରାଯାଇଛି । ନଭେମ୍ବର ୪ ତାରିଖରୁ ଏହି ଯାତ୍ରା ଆରମ୍ଭ ହେବ । ଏହାପରେ ନଭେମ୍ବର ୭ ତାରିଖରେ ମା’ଙ୍କ ପ୍ରସିଦ୍ଧ ମୁଣ୍ଡନ ଯାତ୍ରା ଓ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ଏହି ବୈଠକରେ ପୂଜା ପୂର୍ବରୁ ବାକି ଥିବା ପାନୀୟଜଳ ଯୋଗାଣ, ରାସ୍ତା ମରାମତି, ପରିମଳ, ନିରବଛିନ୍ନ ବିଦ୍ୟୁତ ଯୋଗାଣ କାର୍ଯ୍ୟ ଶେଷ କରିବା ପାଇଁ ତହସିଲଦାର ବାସ୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିକ୍ଷ ଯାତ୍ରକ୍ଷ ସମୟରେ ୨୪ ଘଂଟିଆ ପାନୀୟଜଳ ଓ ବିଦ୍ୟୁତ ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି କ୍ଷ ତେବେ ଠାକୁରାଣୀଙ୍କ ଆସନ୍ତା କାର୍ତିକ ପୂର୍ଣ୍ଣିମା ଦିନ ହେବାକୁ ଥିବା ମୁଣ୍ଡନ ଯାତ୍ରା ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । ବର୍ଷକୁ ଗୋଟିଏ ଦିନ ମା’ଙ୍କ ମନ୍ଦିର ଖୋଲାଯିବା ସହିତ ଏହି ଗୋଟିଏ ଦିନ ହିଁ ଭକ୍ତମାନେ ମାଙ୍କ ଦର୍ଶନ ଲାଭ କରିଥାନ୍ତି । କାର୍ତିକ ପୂର୍ଣ୍ଣିମା ଦିନ ମା’ଙ୍କ ପାଖରେ ହଜାର ହଜାର ସଂଖ୍ୟାରେ ଛୋଟ ଛୋଟ ପିଲାଙ୍କ ମୁଣ୍ଡନ କରାଯାଇଥାଏ । ଆସନ୍ତା କାର୍ତିକ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଥିବାରୁ ମା’ଙ୍କ ଦର୍ଶନ ସହିତ ମୁଣ୍ଡନ କାର୍ଯ୍ୟକ୍ରମକୁ ବନ୍ଦ ରଖାଯିବା ପାଇଁ ନିଷ୍ପତି ହୋଇଛି । ତେଣୁ କାର୍ତିକ ପୂର୍ଣ୍ଣିମା ଦିନ ମା’ଙ୍କ ମନ୍ଦିରକୁ ନଆସି ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୭ ତାରିଖ ଦିନ ମନ୍ଦିର ଖୋଲାଯିବା ସହ ମୁଣ୍ଡନ ଯାତ୍ରା ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।

Exit mobile version