Site icon ଆଜିକାଲି

ଆଜି ଠାରୁ ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ମଙ୍ଗଳବାର ଯାତ୍ରା



ବ୍ରହ୍ମପୁର: ଆଜି ଠାରୁ ଆରମ୍ଭ ହୋଇଛି ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ମଙ୍ଗଳବାର ଯାତ୍ରା ବା ଚଇତି ଯାତ୍ରା । ଏଥର ମା’ଙ୍କ ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଚଇତି ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳା ସହ ଶେଷ ହେବ ତାହାକୁ ଗୁରୁତ୍ୱ ଦିଆଯିବା ସହ ଶ୍ରଦ୍ଧାଳୁମାନେ ସୁରୁଖୁରୁରେ ମା’ ଙ୍କ ଦର୍ଶନ କରିପାରିବେ ଏବଂ ନିଜର ଶିଶୁଙ୍କ ମୁଣ୍ଡନ କରାଇପାରିବେ ସେନେଇ ପ୍ରସ୍ତୁତି ସରିଛି।

୫ଟି ସ୍ଥାନରେ ମୁଣ୍ଡନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ସେପଟେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଖରାକୁ ଦୃଷ୍ଟିରେ ରଖି ଟେଣ୍ଟର ବ୍ୟବସ୍ଥା , ପାନୀୟ ଜଳର ବ୍ୟବସ୍ଥା, ବସ୍‌, ରୋପୱେ ସହ ପାହାଚରେ ଶ୍ରଦ୍ଧାଳୁମାନେ କିଭଳି ସୁରକ୍ଷିତ ଭାବେ ଯାତାୟତ କରିବେ ସେନେଇ ବ୍ୟବସ୍ଥା କରାଯାଇଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ ବୋଲି ଆଶା କରାଯାଉଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

Exit mobile version