Site icon ଆଜିକାଲି

ମା’ ତାରିଣୀଙ୍କ ଚଇତି ପର୍ବପାଇଁ ଚଳଚଞ୍ଚଳ ଘଟଗାଁ

ଘଟଗାଁ, କେନ୍ଦୁଝର:- କେନ୍ଦୁଝର ଜିଲ୍ଲାବାସୀଙ୍କ ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ୮୭ ତମ ଚଇତି ପର୍ବ ପାଇିଁ ପ୍ରସ୍ତୁତି ଯୋରଦାର ଚାଲିଥିବା ବେଳେ ଏଥିପାଇିଁ ଚଳଚଂଚଳ ହୋଇ ଉଠିଛି ଘଟଗାଁ ତଥା ସମଗ୍ର କେନ୍ଦୁଝର ଜିଲ୍ଲା । ଚଇତି ପର୍ବ ତଥା ମା ଙ୍କ ବାର୍ଷିକୀ ଉତ୍ସବ ପାଳନ ପାଇିଁ ମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ବେଶ ତତ୍ପର ହୋଇ ଉଠିଛନ୍ତି । ଚଇତି ପର୍ବରେ ମା’ ଙ୍କ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ସହିତ ପ୍ରବଳ ଖରାକୁ ଲକ୍ଷ୍ୟ କରି ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ସହିତ ମନ୍ଦିର ଭିତରେ ଭକ୍ତ ତଥା ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ଦର୍ଶନ , ମନ୍ଦିରର ସୁରକ୍ଷା ସହ ଟ୍ରାଫିକ ନିୟନ୍ତ୍ରଣ ପାଇିଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଆସନ୍ତା ଏପ୍ରିଲ ୯ ତାରିଖ ଠାରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ସାତଦିନ ଧରି ମା’ ତାରିଣୀଙ୍କର ଚଇତି ପର୍ବ ମହା ଆଡମ୍ବରରେ ପାଳିତ ହେବାକୁ ଯାଉଛି । ଏହି ପର୍ବକୁ ଅଧିକ ସରସ ସୁନ୍ଦର ତଥା ଆକର୍ଷଣୀୟ , ଶୃଙ୍ଖଳିତ କରିବାକୁ ମନ୍ଦିର ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ସମସ୍ତେ ତତ୍ପର ହୋଇ ଉଠିଛନ୍ତି । ପ୍ରବଳ ଖରାରେ ଅଂଶୁଘାତର ସମ୍ଭାବନା କୁ ଦୃଷ୍ଟିରେ ରଖି ତାର ମୁକାବିଲା କରିବାକୁ ମନ୍ଦିର ପରିସର, ପାଲାମଣ୍ଡପ ଆଦିକୁ ପାଲରେ ଭଲଭାବରେ ଛାଉଣୀର ବ୍ୟବସ୍ଥା କରାଯାଉଛି । ସାତ ଦିନଧରି ମା’ ସୁନାବେଶରେ ଦର୍ଶନ ଦେବା ସହ ମନ୍ଦିର ପରିସରରେ ହୋମ ଯଜ୍ଞ, ଚଣ୍ଡିପାଠ, ଭାଗବତ ପାଠ ଆଦି ଅନୁଷ୍ଠିତ ହେବାର ବ୍ୟବସ୍ଥା ରହିଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲକ୍ଷା ଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ଆଗରେ ରଖି ସମସ୍ତଙ୍କ ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ପାଇିଂ ବ୍ୟାରିକେଟ ର ବ୍ୟବସ୍ଥା କରାଯାଇଛି । ଅନ୍ୟ ପକ୍ଷରେ ମା ଙ୍କ ପୂଜାରେ କୌଣସି ଅସୁବିଧା ନ ହେବା ପାଇିଁ ଅଧିକ ସଂଖ୍ୟାରେ ପୂଜକ ମଧ୍ୟ ନିୟୋଜିତ କରାଯିବା ସୂଚନା ମିଳିଛି । ପ୍ରବଳ ଖରା କୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ପାନୀୟ ଜଳ ସଙ୍ଗକୁ ଜରୁରୀ କାଳୀନ ଚିକିତ୍ସା ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ ଅସ୍ଥାୟୀ ସ୍ୱାସ୍ଥ କେନ୍ଦ୍ର ବ୍ୟବସ୍ଥା କରାଯାଇଛି । ମନ୍ଦିର ପରିସରରେ ସିସିଟିଭି କ୍ୟାମେରା ଲଗାଯିବା ସହ ଯଥେଷ୍ଟ ସଂଖ୍ୟାର ପୋଲିସ ମୁତୟନ ହେବାର ବ୍ୟବସ୍ଥା ହୋଇଛି । ଏଥି ସହ ଚଇତି ପର୍ବରେ ସ୍ଥାନୀୟ ସ୍ୱେଛାସେବୀ ସଂଗଠନ ମାନେ ସହେଯାଗର ହାତ ବଢାଇ ଥାଆନ୍ତି । ଏହି ସାତଦିନ ଧରି ମାଙ୍କ ପୀଠରେ ଭଜନ ସମାରୋହ, ପ୍ରବଚନ, ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ବାଦୀପାଲା ଆଦି ଅନୁଷ୍ଠିତ ହୋଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାକୁ ଯାଉଥିବା ବେଳେ ଏହି ସାତଦିନ ଘଟଗାଁ ଅଂଚଳରେ ଆମିଶ ସେବନକୁ ସଂପୁର୍ଣ୍ଣ ବାରଣ କରାଯାଇଛି ।

Exit mobile version