Site icon ଆଜିକାଲି

ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ କମିଟି

ପୁରୀ : ପୁରୀ ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟ । ଦୁଇ ଦିନିଆ ପୁରୀ ଗସ୍ତରେ ଆସିଛନ୍ତି ମହାନଦୀ ଟ୍ରିବ୍ୟୁନାଲର ଚେୟାରମ୍ୟାନ ତଥା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ.ଏମ୍. ଖାନଉଇଲକର । ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ।

ଖବର ଅନୁଯାୟୀ, ବୁଧବାର ପୁରୀରେ ପହଞ୍ଚିବା ପରେ ଏକ ଘରୋଇ ହୋଟେଲରେ ଅବସ୍ଥାନ କରିଥିଲେ ମହାନଦୀ ଟ୍ରିବ୍ୟୁନାଲ ଚେୟାରମ୍ୟାନ। ଗୁରୁବାର ସକାଳେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସପତ୍ନିକ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଥିଲେ । ଏହାପରେ ମା ଲକ୍ଷ୍ମୀ ଓ ବିମଳାଙ୍କ ଦର୍ଶନ କରିଥିଲେ । ଏହାପରେ ଶ୍ରୀମନ୍ଦିରରେ ବାନାବାନ୍ଧିବା ଲାଗି କାର୍ଯ୍ୟାଳୟରେ ରସିଦ କାଟିଥିଲେ। ପରେ ମୁକ୍ତିମଣ୍ଡପ ଓ କୋଇଲି ବୈକୁଣ୍ଠ ପରିଦର୍ଶନ କରିଥିଲେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ।

ତେବେ ମହାନଦୀ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟ ଜଷ୍ଟିସ ଏ.ଏମ୍.ଖାନଉଇଲକର ପତ୍ନିଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ଲାଗି ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରିବା ସହ ତାଙ୍କୁ ସ୍ୱାଗତ କରାଯାଇଥିଲା । ପରେ ଶ୍ରୀମନ୍ଦିର ଭିତରକୁ ତାଙ୍କୁ ପାଛୋଟି ନିଆଯାଇଥିଲା।

Exit mobile version