Site icon ଆଜିକାଲି

ଝାରସୁଗୁଡ଼ା ଗସ୍ତରେ ମହାନଦୀ ଜଳ ବିବାଦ ଟ୍ରିବୁନାଲ ଟିମ୍

ଝାରସୁଗୁଡା : ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠନ ହୋଇଥିବା ମହାନଦୀ ଜଳ ବିବାଦ ଟ୍ରିବୁନାଲ ଟିମ୍ ଆଜି ଝାରସୁଗୁଡ଼ା ଗସ୍ତ କରିଛି । ସମ୍ବଲପୁରର ବିଭିନ୍ନ ସ୍ଥାନରେ ଗତ ଦୁଇ ଦିନ ଧରି ମହାନଦୀର ସ୍ଥିତ ଅନୁଧ୍ୟାନ କଲାପରେ ଆଜି ରମ୍ପେଲା ସେତୁ ଦେଇ ଝାରସୁଗୁଡାର ବନହରପାଲିକୁ ଆସିଛି ଏହି ଟ୍ରିବୁନାଲ ।

ବନହରପାଲି ଇବ ଥର୍ମାଲ ସ୍ଥିତ ଓପିଜିସିର ଇନ୍ଟେକ୍ ପଏଣ୍ଟ ଓ ଓପିଜିସି ତାପଜ ବିଦ୍ୟୁତ କେନ୍ଦ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି ଟ୍ରିବୁନାଲ । ମହାନଦୀ ଜଳ ବିବାଦ ମାମଲାରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଥିବା ଏହି ଟିମ୍ ପ୍ରଥମ ଦିନ ରେ ହୀରାକୁଦ ଡ୍ୟାମ୍, ବୁର୍ଲା ପାୱାର ହାଉସର ସ୍ଥିତି ଅନୁଧ୍ୟାନ କରିବା ପରେ ଗତକାଲି ଚିପିଲିମା ଓ ବରଗଡ଼ର ମୁଖ୍ୟ କେନାଲ ପରିଦର୍ଶନ କରିଥିଲେ । ଏହି ଟିମ୍‌ରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏଏମ ଖନୱାଲିଙ୍କ ନେତୃତ୍ଵରେ ପାଟନା ହାଇକୋର୍ଟ ପିଚାରପତି ଜଷ୍ଟିସ୍ ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟ ପିଚାରପତି ଇନ୍ଦ୍ର ମିତ କୌର୍ କୋଚରଙ୍କ ସମେତ ରେଜିଷ୍ଟର ଓ ଦୁଇ ଜଣ ଅଶେଷର ସାମିଲ ଅଛନ୍ତି l

Exit mobile version