Site icon ଆଜିକାଲି

ଆଜିଠୁ ଓଡ଼ିଶା ଗସ୍ତରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ, ପ୍ରଥମେ ହୀରାକୁଦ ଗସ୍ତ

ସମ୍ବଲପୁର : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ୍ ଆଜି ହୀରାକୁଦ ଗସ୍ତ କରିବ । ଛତିଶଗଡ଼ ପରେ ଓଡ଼ିଶାରେ ପହଞ୍ଚିବେ ଟିମ୍ । ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନରେ ହୀରାକୁଦ ବୁଲିବ ଟିମ୍ । ଆଜି ଏନେଇ ଅଶୋକ ନିବାସରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ପରେ ହୀରାକୁଦ ଡ୍ୟାମ୍ ବୁଲିବ ଟ୍ରିବୁନାଲ । ଏହି ଟିମ୍ ୨୩ ତାରିଖ ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍ ଓ ମହାନଦୀ ଆୟାକଟ୍ ଅଞ୍ଚଳ ବୁଲି ଦେଖିବେ । ୨୪ ତାରିଖରେ ଟ୍ରିବ୍ୟୁନାଲ ଭୁବନେଶ୍ବର ଆସିବେ । ୨୫ ତାରିଖରେ ବିଶ୍ରାମ କରିବା ପରେ ୨୬ରୁ ୨୮ ପର୍ଯ୍ୟନ୍ତ କଟକସ୍ଥିତ ନରାଜ, ମୁଣ୍ଡୁଳୀ ପରିଦର୍ଶନ କରିବେ ।

Exit mobile version